ଦୁନିଆର ସବୁଠାରୁ ଦ୍ରୁତତମ ଶିଶୁର ଫଟୋ ସେୟାର କଲେ ଆନନ୍ଦ ମହିନ୍ଦ୍ରା, ଆଉ ଲେଖିଲେ ଆମ ଦେଶରେ ଏଭଳି ପ୍ରତିଭା ବି ଅଛନ୍ତି; ଦେଖନ୍ତୁ ଭାଇରଲ ଭିଡିଓ

‘ସେ ଏକ ମେସିନ ପରି..ତାଙ୍କର ଗୋଡ଼ କେବେ ସ୍ପଷ୍ଟ ଦେଖିବାକୁ ମିଳେନି।’ ଏହିପରି ଭାବେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ତାଙ୍କର ଟ୍ୱିଟ ଆରମ୍ଭ କରିଛନ୍ତି ଏହି ବିସ୍ମୟ ବାଳକକୁ ନେଇ । ବର୍ତ୍ତମାନ ଆପଣ ଭାବୁଥିବେ କିଏ ଏହି ବାଳକ ..? ସେ ଆଉ କେହିନୁହଁନ୍ତି ସେ ହେଉଛନ୍ତି ରୁଦ୍ରଲ୍ଫ ଇନଗ୍ରାମ । ଯାହାଙ୍କ ବୟସ ମାତ୍ର ଆଠ ବର୍ଷ । ସେ ଆମେରିକାରେ ରୁହନ୍ତି । ସେ ବ୍ଲେଜ ନାମରେ ଜଣାଶୁଣା । ଇନଗ୍ରାମଙ୍କ ଦକ୍ଷତା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଦୁନିଆର ସବୁଠାରୁ ଫାଷ୍ଟେଷ୍ଟ ଶିଶୁ ବା ‘the fastest kid in the world’ କୁହାଯାଉଥିବା ଇନଗ୍ରାମ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ ।


ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଇନଗ୍ରାମଙ୍କର ଏହି ଭିଡ଼ିଓଟିକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ସେ 100 ମିଟର ରେସକୁ ମାତ୍ର 13.48 ସେକେଣ୍ଡରେ ପୁରା କରିଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ 2019ରେ ସେ ମାତ୍ର 8.69 ସେକେଣ୍ଡରେ 60 ମିଟର ଦୌଡ଼ିଥିଲେ । ତେବେ ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ଏହି ଭିଡ଼ିଓଟିକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଆମ ଦେଶରେ ଏଭଳି ପ୍ରତିଭା ବି ଲୁଚିରହିଛନ୍ତି ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.