ଆଜି ରାତିରେ ସାରା ରାଜ୍ଯରେ ଲାଗୁ ହେଲା ନାଇଟ୍ କର୍ଫୁ, ରାତି ୧୦ଟାରୁ ସକାଳ ୫ଟା ଯାଏ ବାହାରକୁ ବାହାରିବା ମନା

ଭୁବନେଶ୍ବର: ଆଜି ସାରା ରାଜ୍ଯରେ ଲାଗୁ ହେଲା ନାଇଟ୍ କର୍ଫୁ। ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫୁ ଲାଗୁ । କର୍ଫୁ ସମୟରେ ଅତ୍ଯାବଶ୍ଯକ ସେବା ଜାରି ରହିବ। ନାଇଟ୍‌ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସେବା ଜାରି ରହିବ। ଜରୁରୀକାଳୀନ ପରିବହନ ମଧ୍ଯ ହୋଇପାରିବ। ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି SRC। ଏହାସହିତ ଟ୍ବିନ୍ ସିଟିରେ ୧୪୪ ଲାଗୁ କରାଯିବା ସହିତ ରାତି ୯ଟା ସୁଦ୍ଧା ସମସ୍ତ କାମ ସାରି ଘରକୁ ଫେରିବାକୁ କମିସନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି।

 ପୂର୍ବରୁ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଲାଗୁ କରାଯାଇଥିବାବେଳେ, ଘରେ ରହି ପରିବାର ସହିତ ସମୟ ଅତିବାହିତ କରିବାକୁ ଅନୁରୋଧ କରାଯାଇଥିଲା । ତେବେ କରୋନା ମହାମାରୀର ଭୟାବହତାକୁ ନଜରରେ ରଖି ନାଇଟ୍ କର୍ଫୁ ଜାରି କରାଯାଇ ଏବଂ ଏହାକୁ କଡାକଡି ପାଳନ କରାଯିବାକୁ ଚେତାବନୀ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.