ଏବେ କେବଳ ଗୋଟିଏ ମିସଡ୍‌ କଲ୍‌ କରି ପାଆନ୍ତୁ ଗ୍ୟାସ୍‌ ସିଲିଣ୍ଡର, ନମ୍ବର କଣ ଜାଣନ୍ତୁ

ନୂତନ ବର୍ଷରେ ଆପଣମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ସରକାର। ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ବୁକ୍‌ ପାଇଁ ଏବେ ଆପଣଙ୍କୁ କଲ୍‌ କରିବାର ଆବଶ୍ୟକତା ପଡିବନି। କାହିଁକିନା ଏବେ ମାତ୍ର ଗୋଟିଏ ମିସଡ୍‌ କଲ୍‌ କଲେ ଆପଣଙ୍କ ଘରେ ପହଁଚିବ ଗ୍ୟାସ୍‌ ସିଲିଣ୍ଡର। ରାଜଧାନୀ ଭୁବନେଶ୍ୱର ସମେତ ସାରା ଦେଶର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଅର୍ଥାତ ଏବେ ଆପଣ ଆପଣଙ୍କ ମୋବାଇଲ୍‌ ଫୋନରୁ କେବଳ ଗୋଟିଏ ମିସ୍‌ କଲ୍‌ କରି ରିଫିଲ ବୁକ୍‌ କରିପାରିବେ। କେବଳ ଭୁବନେଶ୍ୱରରେ ହିଁ ନୂତନ ଗ୍ୟାସ ସଂଯୋଗର ପଞ୍ଜୀକରଣ ଏବେ ମିସ୍‌ କଲ୍‌ ଦ୍ୱାରା ମଧ୍ୟ କରାଇପାରିବେ।

ଇଣ୍ଡିଆନ୍‌ ଅଏଲ୍‌ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି। ଇଣ୍ଡିଆନ୍‌ ଅଏଲର ଉପଭୋକ୍ତାମାନେ ଏଣିକି ମୋବାଇଲ୍‌ ଫୋନରୁ ୮୪୫୪୯୫୫୫୫୫ ନମ୍ବରକୁ ମାତ୍ର ଗୋଟିଏ ମିସ୍‌ କଲ୍‌ ଦେଲେ ଘରେ ଗ୍ୟାସ୍‌ ପହଁଚିଯିବ ଏବଂ ନୂଆ ଗ୍ୟାସ୍‌ ସଂଯୋଗ ପାଇଁ ପଞ୍ଜୀକରଣ ମଧ୍ୟ କରାଇପାରିବେ।

lpgଏହି ସୁବିଧା ଦ୍ୱାରା ଗ୍ରାହକଙ୍କୁ ବୁକିଂ ପାଇଁ ଯେଉଁ ସମୟ ଲାଗୁଥିଲା, ସେଥିରୁ ରିହାତି ମିଳିବ, ଏବେ ସେମାନେ କେବଳ ମିସ୍‌ କଲ୍‌ କରି ବୁକିଙ୍ଗ୍‌ କରିପାରିବେ। ଏହାସହିତ ଗ୍ରାହକଙ୍କୁ କଲ୍‌ ପାଇଁ କୌଣସି ଶୁଳ୍କ ଲାଗିବନାହିଁ, କିନ୍ତୁ ବର୍ତ୍ତମାନର ଆଇବିଆରଏସ୍‌ (ଇଣ୍ଟରାକ୍ଟିଭ୍‌ ଭଏସ୍‌ ରେସପନ୍ସ ସିଷ୍ଟମ) କଲ୍‌ ବ୍ୟବସ୍ଥାରେ ସାମାନ୍ୟ ଦର ଲାଗୁଥିଲା।

ଏହି ସୁବିଧା ଦ୍ୱାରା ସେହି ଲୋକମାନଙ୍କୁ ଏବଂ ବୟସ୍କଙ୍କୁ ଫାଇଦା ହେବ ଯେଉଁମାନଙ୍କୁ ଆଇବିଆରଏସ ପ୍ରଣାଳୀରେ ସମସ୍ୟା ହେଉଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ଦେଶର ୭ଟି ବଡ ସହର ଯଥା ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକାତା, କୋଚି, ଇନ୍ଦୋର ସହରରେ ଇଣ୍ଡିଆନ୍‌ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ୍‌ ଗ୍ରେଡ ପେଟ୍ରୋଲ ‘ଆକ୍ଟେନ ୧୦୦’ ତଥା ଏକ୍ସପି ୧୦୦ର ପ୍ରଚଳନ କରିଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ମିସକଲର ଅର୍ଥ ଗ୍ରାହକ ରିଫିଲ୍‌ ବୁକ୍‌ କରିବାକୁ ଚାହୁଁଛନ୍ତି। ଏହାର ତୁରନ୍ତ ପରେ ବୁକିଙ୍ଗ୍‌ କନଫର୍ମ ହେବାର ଏସଏମଏସ ଗ୍ରାହକଙ୍କ ଫୋନକୁ ଆସିଯିବ ଏବଂ ଏହା ମଧ୍ୟ ଜଣାଇ ଦିଆଯିବଯେ ଗ୍ୟାସ୍‌ କେତେବେଳ ସୁଦ୍ଧା ଆପଣଙ୍କ ଘରେ ପହଁଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.