ଅଷ୍ଟ୍ରେଲିଆର ରେସ୍ତୋରାଁରେ ଟିମ୍‌ ଇଣ୍ଡିଆ ଖେଳାଳି ଦେଇପାରିଲେନି ନିଜ ବିଲ୍‌, ସାମ୍ନାକୁ ଆସିଲା କାରଣ

ଟିମ୍‌ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ସେଠାରେ ମେଲବୋର୍ଣ୍ଣରେ ଚାଲିଥିବା ମ୍ୟାଚ୍‌ରେ ବିଜୟୀ ହେବା ପରେ ଟିମ୍‌ ଏବେ ନୂଆବର୍ଷ ସେଲିବ୍ରେସନ୍‌ କରୁଛି। ଏମିତିରେ ଭାରତୀୟ ଟିମ୍‌ ଯୁଆଡ଼େ ବି ଖେଳିବାକୁ ଯାଆନ୍ତି, ସେଠାରେ ତାଙ୍କୁ ଲୋକଙ୍କର ଭରପୁର ଭଲ ପାଇବା ମିଳେ। ଏହି କାରଣରୁ ଯେତେବେଳେ ଇଣ୍ଡିଆନ୍‌ ଖେଳାଳି ହୋଟେଲକୁ ଖାଇବାକୁ ଯାଇଥିଲେ ସେଠାରେ ତାଙ୍କୁ ଜଣେ ଫ୍ୟାନ୍‌ ଚିହ୍ନିଯାଇଥିଲେ। ତା’ପରେ ସେ ସମସ୍ତ କ୍ରିକେଟରଙ୍କ ଖାଇବା ବିଲ୍‌ ନିଜେ ଭରିଥିଲେ। ଫଳରେ ଖେଳାଳିଙ୍କୁ ଆଉ ନିଜ ବିଲ୍‌ ଭରିବାକୁ ପଡ଼ିନଥିଲା। ସୋସିଆଲ ମିଡିଆରେ ଉକ୍ତ ବ୍ୟକ୍ତି ଜଣକ ଏନେଇ ସୂଚନା ଦେଇଛନ୍ତି।

ତୃତୀୟ ଟେଷ୍ଟ ମ୍ୟାଚ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆର ସବୁ ଖେଳାଳି ଏବେ ବି ମେଲବୋର୍ଣ୍ଣରେ ଅଛନ୍ତି। ଏଣୁ ରୋହିତ ଶର୍ମା, ଶୁଭମନ୍‌ ଗିଲ୍‌, ଋଷଭ ପନ୍ଥ, ନବଦୀପ ସୈନୀ ଓ ପୃଥ୍ଵୀ ଶ’ ବାହାରକୁ ହୋଟେଲରେ ଖାଇବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ଫ୍ୟାନ୍‌ ତାଙ୍କୁ ଚିହ୍ନିଯାଇଥିଲେ ଓ ତାଙ୍କ ବିଲ୍‌ ୧୧୮ ଅଷ୍ଟ୍ରେଲିଆନ୍‌ ଡଲାର(୬୬୮୩ ଭାରତୀୟ ଟଙ୍କା)ଭରି ଦେଇଥିଲେ। ଏହା ଜାଣିବା ପରେ ଖେଳାଳିମାନେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ସହ ଫଟୋ ଉଠାଇଥିଲେ।

ନବଲଦୀପ୍‌ ସିଂହ ନାମକ ଏହି ଭାରତୀୟ ଫ୍ୟାନ୍‌ ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରିଛନ୍ତି। ସେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ମୋ ସାମ୍ନା ଟେବୁଲରେ ଟିମ୍‌ ଇଣ୍ଡିଆର ଖେଳାଳି ରୋହିତ ଶର୍ମା, ଶୁଭମନ୍‌ ଗିଲ୍‌, ଋଷଭ ପନ୍ଥ, ନବଦୀପ ସୈନୀ ଓ ପୃଥ୍ଵୀ ଶ’ ବସିଛନ୍ତି। ସେମାନଙ୍କୁ ଦେଖି ସେ ଏତେ ଖୁସି ହୋଇଯାଇଛନ୍ତି ଯେ ତାଙ୍କ ଭିଡିଓ କରି ଅପ୍‌ଲୋଡ୍‌ କରିଛନ୍ତି। ଏହା ପରେ ସେ ଆଉ ଏକ ପୋଷ୍ଟ ସେୟାର କରି କହିଛନ୍ତି, ସେ ସେମାନଙ୍କ ବିଲ୍‌ ମଧ୍ୟ ଭରିଥିଲେ। ଏହା ଜାଣିବା ପରେ ରୋହିତ ଶର୍ମା ତାଙ୍କୁ ଏମିତି କରିବାକୁ ମନା କରିଥିଲେ। କିନ୍ତୁ ସେ ଶୁଣିନଥିଲେ। ପରେ ସମସ୍ତ ଖେଳାଳି ତାଙ୍କ ସହ ଫଟୋ ଉଠାଇଥିବା ନବଲଦୀପ୍‌ ସିଂହ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.