କନେଷ୍ଟବଳଙ୍କୁ ସଲାମ୍‌, ମୃତ୍ୟୁ ମୁହଁରୁ ବ୍ୟକ୍ତିଙ୍କୁ ଛଡ଼ାଇ ଆଣିଲେ ପୋଲିସ…ଦେଖନ୍ତୁ ଭିଡିଓ

କଥାରେ ଅଛି- ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ନିକଟରେ ଏହି ଉକ୍ତିଟି ସତ ହୋଇଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସବୁଆଡ଼େ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଟ୍ରେନ୍‌ ମୁହଁରୁ ଅଳ୍ପକେ ବର୍ତ୍ତିଯାଇଥିବା ଦେଖାଯାଇଛି। ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପରେ ମୁମ୍ବାଇ ପୋଲିସର ଜଣେ କନେଷ୍ଟବଳଙ୍କୁ ଏବେ ସବୁଆଡ଼ୁ ପ୍ରଶଂସା କରାଯାଉଛି।

ରିପୋର୍ଟ ମୁତାବକ, ମୁମ୍ବାଇର ଦହିସର ରେଳ ଷ୍ଟେସନ୍‌ରେ ଜଣେ ୬୦ ବର୍ଷୀୟ ବୃଦ୍ଧ ରେଲେଓ୍ଵ ଟ୍ରାକ୍‌ରେ ଫସିଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଜଣେ ପୋଲିସ କନେଷ୍ଟବଳ ନିଜ ଜୀବନକୁ ବାଜି ଲଗାଇଥିଲେ। କିନ୍ତୁ ତା’ପରେ କିଛି ଏମିତି ହେଲା ଯାହା ପରେ ଉଭୟଙ୍କ ଜୀବନ ବଞ୍ଚିଯାଇଥିଲା। ସୋସିଆଲ ମିଡିଆରେ ଏହି ଘଟଣାବେଳର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:


ଭିଡିଓରେ ଆପଣ ଦେଖିପାରୁଥିବେ ବ୍ୟକ୍ତି ଜଣକ ରେଳ ଟ୍ରାକ୍‌ରେ ଫସିଯାଇଛନ୍ତି। ତା’ପରେ ସେ ସେଠାରୁ ବାହାରିବାକୁ ଚାହିଁବାରୁ ତାଙ୍କ ଜୋତା ପାଦରୁ ବାହାରିଆସୁଛି। ସେ ଟ୍ରାକ୍‌ର ଆର ପଟକୁ ଯାଇ ଜୋତା ପିନ୍ଧିବା ବେଳକୁ ଟ୍ରେନ୍‌ ତାଙ୍କ ପାଖକୁ ଆସିଗଲାଣି। ସେପଟେ ଜଣେ କନେଷ୍ଟବଳ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଦଉଡ଼ିକି ଆସୁଛନ୍ତି। ସେ ଉକ୍ତ ବ୍ୟକ୍ତିଙ୍କୁ ପ୍ଲାଟଫର୍ମକୁ ଆସିବାକୁ କହୁଛନ୍ତି। ପରେ ବ୍ୟକ୍ତି ଜଣକ ପ୍ଲାଟଫର୍ମକୁ ଚଢ଼ିବା ବେଳକୁ ହିଁ ଟ୍ରେନ୍‌ ଆସିଯାଉଛି। କିନ୍ତୁ କିଛି ଅଘଟଣ ଘଟିବା ପୂର୍ବରୁ କନେଷ୍ଟବଳ ତାଙ୍କୁ ଭିଡ଼ି ଆଣୁଛନ୍ତି। ଫଳରେ ଉଭୟେ ତଳେ ପଡ଼ିଯାଉଛନ୍ତି, ମାତ୍ର ସୌଭାଗ୍ୟବଶତଃ ବ୍ୟକ୍ତି ଜଣକ ବଞ୍ଚିଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.