କୁମ୍ଭମେଳା ୨୦୨୧: ଶିବରାତ୍ରିରେ ପଡ଼ୁଛି କୁମ୍ଭମେଳାର ପ୍ରଥମ ଶାହୀ ସ୍ନାନ, ଜାଣନ୍ତୁ କୁମ୍ଭ ସ୍ନାନର ମହତ୍ତ୍ୱ

କୁମ୍ଭମେଳାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତବର୍ଷ କୁମ୍ଭମେଳା ହରିଦ୍ୱାରରେ ହେବାକୁ ଯାଉଛି। ଏବର୍ଷ ୧୧ ବର୍ଷ ପରେ ପଡ଼ୁଛି କୁମ୍ଭମେଳା। ୧୨ ବର୍ଷରେ ଥରେ କୁମ୍ଭମେଳାର ଆୟୋଜନ କରାଯାଏ। କିନ୍ତୁ ୨୦୨୨ ମସିହାରେ ଗୁରୁ, କୁମ୍ଭ ରାଶିରେ ରହିବେ ନାହିଁ। ଏଣୁ ଚଳିତବର୍ଷ ୧୧ତମ ବର୍ଷରେ କୁମ୍ଭମେଳାର ଆୟୋଜନ କରାଯାଉଛି। ଚଳିତବର୍ଷ ୧୧ ମାର୍ଚ୍ଚ ୨୦୨୧ ରେ ଶିବରାତ୍ରି ଅବସରରେ କୁମ୍ଭମେଳାର ପ୍ରଥମ ଶାହୀ ସ୍ନାନ ଆୟୋଜନ କରାଯାଉଛି। କୁମ୍ଭମେଳାର ତୃତୀୟ ଶାହୀ ସ୍ନାନ ୧୪ ଏପ୍ରିଲ ୨୦୨୧ରେ ମେଷ ସଂକ୍ରାନ୍ତି ଅବସରରେ ପଡ଼ୁଛି।

କୁମ୍ଭ ସ୍ନାନର ମହତ୍ତ୍ୱ:

ହିନ୍ଦୁ ଧର୍ମରେ କୁମ୍ଭ ସ୍ନାନର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ବିଶ୍ୱାସ ରହିଛି ଯେ କୁମ୍ଭ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳେ। ଏଥିସହ ମୋକ୍ଷ ବି ପ୍ରାପ୍ତି ହୋଇଥାଏ। କୁମ୍ଭ ସ୍ନାନ ଦ୍ୱାରା ପିତୃପୁରୁଷ ମଧ୍ୟ ଶାନ୍ତ ହୋଇଥାନ୍ତି ଓ ଆଶୀର୍ବାଦ ପ୍ରଦାନ କରିଥାନ୍ତି।

କୁମ୍ଭ ମେଳା ୨୦୨୧ର ଶୁଭ ମୁହୂର୍ତ୍ତ…

ପ୍ରଥମ ଶାହୀ ସ୍ନାନ: ୧୧ ମାର୍ଚ୍ଚ ମହାଶିବରାତ୍ରି
ଦ୍ୱିତୀୟ ଶାହୀ ସ୍ନାନ: ୧୨ ଏପ୍ରିଲ ସୋମବତୀ ଅମାବାସ୍ୟା
ତୃତୀୟ ଶାହୀ ସ୍ନାନ: ୧୪ ଏପ୍ରିଲ ମେଷ ସଂକ୍ରାନ୍ତି
ଚତୁର୍ଥ ଶାହୀ ସ୍ନାନ: ୨୭ ଏପ୍ରିଲ ବୈଶାଖ ପୂର୍ଣ୍ଣିମା

Leave A Reply

Your email address will not be published.