ୟୁପି ଓ ଉତ୍ତରାଖଣ୍ଡରେ ‘ଲଭ୍‌ ଜିହାଦ୍‌’ ଆଇନର ସମୀକ୍ଷା କରିବେ ସୁପ୍ରିମକୋର୍ଟ, ତୁରନ୍ତ ରହିତାଦେଶ ଜାରି କରିବାକୁ କଲେ ମନା

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଭ ଜିହାଦ ଆଇନ ଉପରେ ରହିତାଦେଶ ଜାରି କରିବାକୁ ମନା କରିବା ସହ ସଂପୃକ୍ତ ୨ରାଜ୍ୟକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ୪ ସପ୍ତାହ ପରେ ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ବୁଧବାର ଦିନ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ।

ମାତ୍ର ଉତ୍ତର ପ୍ରଦେଶରେ ‘ଲଭ୍‌ ଜିହାଦ୍‌’ ଅଧ୍ୟାଦେଶ ଏବଂ ଉତ୍ତରାଖଣ୍ଡରେ ‘ଧାର୍ମିକ ସ୍ୱାଧୀନତା ଆଇନ ୨୦୧୮’କୁ ଚ୍ୟାଲେଞ୍ଜ୍‌ କରି ଆଗତ ପିଟିସନ୍‌ ଆଧାରରେ ସୁପ୍ରିମକୋର୍ଟ ସମ୍ପୃକ୍ତ ଦୁଇ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ଆଡ୍‌ଭୋକେଟ୍‌ ବିଶାଳ ଠାକ୍‌ରେ ଏବଂ ତୀସ୍ତା ସେତାଲବଦର ‘ଏନ୍‌ଜିଓ’ ‘ସିଟିଜେନ୍‌ସ୍‌ ଫର୍‌ ଜଷ୍ଟିସ୍‌ ଆଣ୍ଡ୍‌ ପିସ୍‌’ ଦାଏର କରିଥିବା ପିଟିସନ୍‌ ଆଧାରରେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େଙ୍କ ନେତୃତ୍ୱାଧୀନ ତିନିଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ମଧ୍ୟ ଏକ ନୋଟିସ୍‌ ଜାରି କରିଛନ୍ତି। ଏହି ଖଣ୍ଡପୀଠ ବିଚାରପତି ଏସ୍‌ ବୋପନ୍ନା ଏବଂ ଭି ରାମସୁବ୍ରମଣିୟମ୍‌ ପ୍ରଶ୍ନ କରିଛନ୍ତି ଯେ ଯଦି ଅଭିଯୋଗ ଅଗଣତାନ୍ତ୍ରିକ କିମ୍ବା ମିଥ୍ୟା ହୋଇଥିବ ତେବେ କ’ଣ ଏକ ଆଇନ ଉପରେ ରହିତାଦେଶ ଜାରି କରାଯାଇ ପାରିବ। ସିଧାସଳଖ ସୁପ୍ରିମ୍‌ କୋର୍ଟକୁ ଆସିବାରେ ଏଇଟା ହିଁ ସମସ୍ୟା ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.