କୋହଳ ହେଲା କାଳିଆ ଦର୍ଶନରେ କଟକଣା, ଜାନୁଆରୀ ୨୧ରୁ ହେବ ଜଗାର ସାଧାରଣ ଦର୍ଶନ

ପୁରୀ(କେନ୍ୟୁଜ୍): କୋହଳ ହେଲା କାଳିଆ ଦର୍ଶନରେ କଟକଣା । ଜାନୁଆରୀ ୨୧ରୁ ଉଠିବ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବ୍ୟବସ୍ଥା । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକରେ   ଜିଲ୍ଲାପାଳ, ଏସ୍‌ପି ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଦ୍ଧାରଣ କରାଯାଇଛି।

ଶ୍ରଦ୍ଧାଳୁ ମାନେ ଜାନୁଆରୀ ୨୧ରୁ କୋଭିଡ଼ ରିପୋର୍ଟ ଦେଖାଇବା କଟକଣାକୁ ହଟାଯାଇଛି। ବୟସ୍କମାନଙ୍କ ପାଇଁ ସ୍ବତନ୍ତ୍ର ଲାଇନର ବ୍ୟବସ୍ଥା ହେବ। ଦୈନିକ ୩୦ ହଜାର ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ସୁବିଧା ମିଳିବ। ସକାଳ ୬ଟାରୁ ୭ଟା ଏକ ଘଣ୍ଟା ଯାଏଁ ପୁରୀବାସୀ ଦର୍ଶନ କରିପାରିବେ ଓ ୭ଟା ପରେ ସାଧାରଣ ଦର୍ଶନ ବ୍ୟବସ୍ଥା ହେବ। ଅନ୍ୟ ସମୟରେ ପୁରୀବାସୀ ଚାହିଁଲେ ଧାଡିରେ ଆସିବେ । ସେହିପରି ପ୍ରତି ରବିବାର ମନ୍ଦିର ବନ୍ଦ ରହିବ। ରବିବାର ଦିନ ମନ୍ଦିର ବେଢାକୁ ସାନିଟାଇଜ୍ କରାଯିବାକୁ ଥିବାରୁ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.