କୋଭ୍ୟାକ୍ସିନ ନେବାର ୧୦ ଦିନ ପରେ ଭଲ୍ୟୁଣ୍ଟିୟରଙ୍କ ମୃତ୍ୟୁ, ପକ୍ଷ ରଖିଲା କମ୍ପାନୀ

ଭାରତ ବାୟୋଟେକ କମ୍ପାନୀ ଭଲ୍ୟୁଣ୍ଟିୟରଙ୍କ ମୃତ୍ୟୁକୁ ନେଇ ନିଜ ପକ୍ଷ ରଖିଛି । କମ୍ପାନୀ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ ତୃତୀୟ ସ୍ତର ଟ୍ରାଏଲରେ ଟିକା ଗ୍ରହଣ କରିଥିବା ଭଲ୍ୟୁଣ୍ଟିୟରର ମୃତ୍ୟୁକୁ ନେଇ ନିଜ ପକ୍ଷ ରଖିଛି । ଶନିବାର ହାଇଦରାବାଦ ସ୍ଥିତ ଏହି କମ୍ପାନୀ ତରଫରୁ କୁହାଯାଇଛିକି ଭଲ୍ୟୁଣ୍ଟିୟରଙ୍କ ମୃତ୍ୟୁ ସହ କୋଭାକ୍ସିନ ଟ୍ରାଏଲର କୌଣସି ପ୍ରକାର ଲିଙ୍କ ନାହିଁ । ତାଙ୍କ ମୃତ୍ୟୁ ହୁଏତ ହାର୍ଟ ଫେଲ କାରଣରୁ ହିଁ ହୋଇଛି । ଏହାକୁ ନେଇ ଯାଞ୍ଚ ଜାରି ରହିଛି । କିନ୍ତୁ ପୋଲିସକୁ ଗାନ୍ଧୀ ମେଡିକାଲ କଲେଜ ତରଫରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଶରୀରରେ ଏକ ପ୍ରକାର ବିଷ କ୍ରିୟା ଫଳରେ ହିଁ ଭଲ୍ୟୁଣ୍ଟିୟରଙ୍କର ମୃତ୍ୟୁ ହୋଇଛି । କମ୍ପାନୀ ଅନୁଯାୟୀ ଭୋପାଳର ଏକ ବେସରକାରୀ ହସ୍ପିଟାଲରେ ୪୨ ବର୍ଷୀୟ ଏହି ଭଲ୍ୟୁଣ୍ଟିୟରଙ୍କୁ ଟ୍ରାଏଲ ସମୟରେ କୋଭ୍ୟାକସିନ ଦିଆଯାଇଥିଲା । ଏହାର ୧୦ ଦିନ ପରେ ଡିସେମ୍ବର ୨୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ ବ୍ୟକ୍ତି ଜଣଙ୍କ ପରିଚୟ ମିଳିଛି । ତାଙ୍କ ନାଁ ଦୀପକ । ସେ ଭୋପାଳର ଯମାଲପୁରା ବାସିନ୍ଦା । ତାଙ୍କ ପରିବାର ଲୋକେ ମୃତ୍ୟୁର କାରଣ ଟୀକା ଟ୍ରାଏଲ ବୋଲି ବାରମ୍ବାର ଦାବି କରି ଆସୁଛନ୍ତି । କମ୍ପାନୀ ପକ୍ଷରୁ କୁହାଯାଇଛିକି ଭ୍ୟାକସିନର ଟ୍ରାଏଲ ଗୁପ୍ତ ଭାବରେ ହିଁ ହୋଇଥାଏ । ତେଣୁ ଉକ୍ତ ଭଲ୍ୟୁଣ୍ଟିୟରଙ୍କୁ ଅସଲି ଭ୍ୟାକସିନ ଦିଆଯାଇଛି କି ଫ୍ଲାସିବୋ ଦିଆଯାଇଛି ତାହା ଜଣାପଡୁନାହିଁ । ଫ୍ଲାସିବୋର କୌଣସି ପ୍ରକାର ସାଇଡ ଇଫେକ୍ଟ ଦିଏନାହିଁ । ସୂଚନା ଦେଉଛୁକି, କୌଣସି ଔଷଧର ବ୍ୟକ୍ତି ଉପରେ କିଛି ବି ପ୍ରଭାବ ପଡୁଛି କି ନାହିଁ ଜାଣିବା ପାଇଁ ହିଁ ଡାକ୍ତର ମାନେ “ଫ୍ଲାସିବୋ”ର ବ୍ୟବହାର କରିଥାନ୍ତି ।

କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି, ଟ୍ରାଏଲରେ ସାମିଲ ହେବା ପୂର୍ବରୁ ଭଲ୍ୟୁଣ୍ଟିୟର ଜଣଙ୍କ ସମସ୍ତ ମାନଦଣ୍ଡ ପୁରଣ କରିଥିଲେ । ସେସମୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ଥିଲେ । ଆଉ ଟୀକା ଦିଆ ଯିବା ପୂର୍ବରୁ ଏବାବଦରେ ସବୁ ପ୍ରକାରର ସୂଚନା ଦିଆଯାଇଥିଲା । ଆଉ ଏହାର ୭ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ବି ରଖାଯାଇଥିଲା । ଆଉ ଏଭିତରେ ତାଙ୍କ ଶରୀରରେ କୌଣସି ପ୍ରକାର ପ୍ରତିକ୍ରିୟା ଲକ୍ଷ କରାଯାଇନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.