ଆର୍ଥିକ ସଙ୍କଟରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଭୁଲରେ ବି ଗାଧୁଆ ଘରେ କରନ୍ତୁ ନାହିଁ ଏସବୁ କାମ

ବାସ୍ତୁର ପ୍ରଭାବ ଘରର ବାଥ୍‌ରୁମ୍‌ ଉପରେ ଅଧିକ ପଡ଼ିଥାଏ। ଏଣୁ ବାଥ୍‌ରୁମ୍‌ରେ କୌଣସି ଏଭଳି କାମ କରିବା କଥା ନୁହେଁ, ଯାହା ଫଳରେ ବାସ୍ତୁଦୋଷ ବଢ଼ିପାରେ। ଯଦି ବାଥରୁମ୍‌ରେ ଏସବୁ ବାରଣ କରାଯାଉଥିବା କାମକୁ ନ କରିବା ତେବେ ଆମକୁ ଜୀବନରେ ଅନେକ ଉନ୍ନତି ମିଳିବ। ତେବେ ଆସନ୍ତୁ ଜାଣିବା ବାଥରୁମ୍‌ରେ କେଉଁ କେଉଁ କାମ କରିବା ମନା…

  • କେବେ ବି ବାଥରୁମ୍‌ ଓ ଟଏଲେଟ୍‌କୁ ଏକାଠି କରନ୍ତୁ ନାହିଁ। ବାସ୍ତୁ ଶାସ୍ତ୍ର ମୁତାବକ, ଘରର ଗାଧୁଆ ଘରେ ଚନ୍ଦ୍ର ଓ ଟଏଲେଟ୍‌ରେ ରାହୁ ବାସ କରିଥାନ୍ତି। ଚନ୍ଦ୍ରଙ୍କୁ ଅମୃତ କୁହାଯାଉଥିବା ବେଳେ ରାହୁଙ୍କୁ ବିଷ ବୋଲି କୁହାଯାଏ। ଏଣୁ ଏହି ଦୁଇଟି ଘର ପରସ୍ପର ସହ ଜଡ଼ିତ ରହିବାକୁ ଅଶୁଭ ବିଚାର କରାଯାଏ। ଏଭଳି କରିବା ଦ୍ୱାରା ପରିବାରର ସଦସ୍ୟଙ୍କ ମନରେ ପରସ୍ପର ପ୍ରତି ଦ୍ୱେଷ ଭାବନା ଉତ୍ପନ୍ନ ହୋଇଥାଏ।
  • ବାଥ୍‌ରୁମ୍‌ରେ ସବୁବେଳେ ନୀଳ ରଙ୍ଗର କୁଣ୍ଡ, ବାଲ୍ଟି ଓ ମଗ ବ୍ୟବହାର କରିବା ଉଚିତ।
  • ବାଥରୁମ୍‌ରେ ଥିବା ଟବ୍‌ ଓ ବାଲ୍ଟିରେ ସବୁବେଳେ ପାଣି ଭର୍ତ୍ତି କରି ରଖିବା ଉଚିତ।
  • ଘରର ଗାଧୁଆ ଘରର କବାଟ ସବୁବେଳେ ବନ୍ଦ କରି ରଖନ୍ତୁ।
  • ଗାଧୁଆ ଘର ସାମ୍ନାରେ କେବେ ବି ଆଇନା ଲଗାଇବା କଥା ନୁହେଁ। ଏଭଳି କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ରହିଥାଏ।
  • ବାଥ୍‌ରୁମ୍‌ ଟ୍ୟାପ୍‌ ପାଣି କେବେ ବିଖୋଲା ଛାଡ଼ନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ଆର୍ଥିକ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ।
  • ଗାଧୁଆ ଘରେ ଅଳ୍ପ ଲୁଣ ନିଶ୍ଚୟ ରଖନ୍ତୁ। ଏହା ଦ୍ୱାରା ସକାରାତ୍ମକ ଉର୍ଜାର ପ୍ରବାହ ଲାଗି ରହେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.