ବିଗ୍‌ବସ୍‌ ହାଉସ୍‌ରୁ ବିଦା ହେବା ପରେ ଫ୍ୟାନ୍‌ଙ୍କ ପାଇଁ ପୋଷ୍ଟ ସେୟାର କଲେ ଜସ୍ମିନ୍‌, ଅଲ୍ଲୀଙ୍କ ପାଇଁ ଲେଖିଲେ ଏମିତି କଥା

ବିଗ୍‌ବସ୍‌ ଘରୁ ବିଦା ହୋଇଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଜସ୍ମିନ୍‌ ଭସିନ୍‌। ରବିବାର ଓ୍ଵିକ୍‌ ଏଣ୍ଡ୍‌ କା ଓ୍ଵାରରେ ସେ ଘରୁ ବାହାରିଛନ୍ତି। ମାତ୍ର ଫ୍ୟାନ୍‌ମାନେ ଜସ୍ମିନ୍‌ଙ୍କ ବେଘର ହେବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ଏଣୁ ସେମାନେ ସୋସିଆଲ ମିଡିଆରେ ଲଗାତାର ଜସ୍ମିନ୍‌ଙ୍କୁ ପୁଣିଥରେ ଶୋ’କୁ ଡାକିବାକୁ ଦାବି କରୁଛନ୍ତି। ତେବେ ଘରୁ ବାହାରିବା ପରେ ଜସ୍ମିନ୍‌ ଫ୍ୟାନ୍‌ଭ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି। ଦର୍ଶକମାନେ ତାଙ୍କୁ ଏତେ ଭଲ ପାଇବା ଦେଇଥିବାରୁ ସେ ବେଶ୍‌ ଖୁସି ଅଛନ୍ତି। ସେ ପୋଷ୍ଟ ସେୟାର କରି ଅଲ୍ଲୀ ଗୋନିଙ୍କୁ ସପୋର୍ଟ କରିବାକୁ ନିବେଦନ କରିଛନ୍ତି।

ଜସ୍ମିନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି-ବିଗ୍‌ବସ୍‌ର ଯାତ୍ରାରେ ଯେତେ ଭଲ, ଖରାପ ସମୟ ଆସିଛି ଆପଣ ସବୁବେଳେ ମୋତେ ସପୋର୍ଟ କରିଆସିଛନ୍ତି। ଏଥିପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। ସେ ଆଗକୁ ଲେଖିଛନ୍ତି, ୨ ମିଲିୟନ୍‌ରୁ ଅଧିକ ଲୋକ ଜସ୍ମିନ୍‌କୁ ଫେରାଇ ଆଣିବାକୁ ଟ୍ଵିଟ୍‌ କରିଛନ୍ତି। ଏଇଥିରୁ ହିଁ ବୁଝାପଡ଼ୁଛି ଆପଣମାନେ ମୋତେ କେତେ ସପୋର୍ଟ କରୁଛନ୍ତି। ମୋତେ ଯେଭଳି ଭଲ ପାଇବା ଦେଇଛନ୍ତି ଅଲ୍ଲୀକୁ ମଧ୍ୟ ସେମିତି ସପୋର୍ଟ କରନ୍ତୁ। ଅଲ୍ଲୀକୁ ଟ୍ରଫି ଜିତିବାରେ ସାହାଯ୍ୟ କରନ୍ତୁ।

 

View this post on Instagram

 

A post shared by Jasmin Bhasin (@jasminbhasin2806)

ସୂଚନାଯୋଗ୍ୟ ଯେ ଅଲ୍ଲୀ ଗୋନି ନିଜ ବନ୍ଧୁ ଜସ୍ମିନ୍‌ ଭସିନ୍‌କୁ ସପୋର୍ଟ କରିବା ପାଇଁ ବିଗ୍‌ବସ୍‌ ହାଉସ୍‌ରେ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିଥିଲେ। ଏବେ ଘରେ ରୁବୀନା ଦିଲ୍ଲେକ, ଅଭିନବ ଶୁକ୍ଳା, ଆର୍ଶୀ ଖାନ୍‌, ବିକାଶ ଗୁପ୍ତା, ରାକ୍ଷୀ ସାଓ୍ଵନ୍ତ, ରାହୁଲ ବୈଦ୍ୟ, ନିକ୍କି ତମ୍ବୋଲି, ଏଜାଜ୍‌ ଖାନ୍‌ ଓ ସୋନାଲି ଫୋଗାଟ୍‌ ପରସ୍ପରକୁ କଡ଼ା ଟକ୍କର ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.