ମାଲକାନଗିରି: ଯବାନଙ୍କୁ ମିଳିଲା ବଡ ସଫଳତା, ବଡ ଧରଣର ମାଓ ଯୋଜନାକୁ ପଣ୍ଡ କଲେ BSF ଟିମ

ମାଲକାନଗିରି(କେ ନ୍ୟୁଜ): ଜିଲ୍ଲା ସ୍ୱାଭିମାନ୍‌ ଅଞ୍ଚଳରେ ଯବାନଙ୍କୁ ବଡ ସଫଳତା । ବଡ ଧରଣର ମାଓ ଯୋଜନାକୁ ପଣ୍ଡ କଲେ BSF ଯବାନ୍‌। ହାଣ୍ଡିଖାଲ ନିକଟରେ ୫ କିଲୋର ଲ୍ୟାଣ୍ଡମାଇନ୍‌, ୱାକିଟିକି, ମାଓ ପୋଷାକ ଓ ବିପୁଳ ପରିମାଣର ବ୍ୟବହୃତ ସାମଗ୍ରୀ ଜବତ କରିଛନ୍ତି। ଗୋରାସେତୁ

BSF କ୍ୟାମ୍ପରୁ ପଣସପୁଟ ଅଞ୍ଚଳକୁ ଯବାନମାନେ ଅପରେସନରେ ଯିବାବେଳେ ଏକ ଡ୍ରମରେ ବିସ୍ଫୋରକ ସାମଗ୍ରୀ ପୋତା ହୋଇ ରହିଥିବା ଦେଖିଥିଲେ। ମାଓବାଦୀମାନେ ପୋଲିସକୁ ଟାର୍ଗେଟ କରି ବିସ୍ପୋରକ ରଖିଥିବା ସନ୍ଦେହ କରାଯାଉଛି। ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚିବା ପରେ ଜବତ ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କରାଯିବ ବୋଲି ସୂଚନା ମିଳିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.