ରାଉରକେଲା: ପିକ୍‌ନିକ୍ କରିବାକୁ ଯାଇ କୋଏଲ ନଦୀରେ ବୁଡ଼ି ଗଲେ ଦୁଇ ଛାତ୍ର ମୃତ

ରାଉରକେଲା(କେ ନ୍ୟୁଜ): ପିକ୍‌ନିକ୍ ଯାଇ ହରାଇଲେ ପ୍ରାଣ । ସୁନ୍ଦରଗଡ଼ର କୋଏଲ ନଦୀରେ ଗାଧୋଉଥିବା ବେଳେ ଘଟିଛି ଅଘଟଣ। ଟିମ୍ବର କଲୋନୀରୁ ରାଉରକେଲାସ୍ଥିତ ତେତେରକେଲା ପିକ୍‌ନିକ୍‌ କରିବାକୁ ଯାଇ କୋଏଲ ନଦୀରେ ଗାଧୋଉଥିବା ବେଳେ ଦୁଇଜଣ ବୁଡ଼ି ଯାଇଥିଲେ । ଖବର ପାଇ ରାଉରକେଲା ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ଉଦ୍ଧାର ଆରମ୍ଭ କରିଥିଲେ।

ଦୁଇଜଣଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଜଣେ ମୃତକ ଦୀପକ ଖାରୁଆ ବୋଲି ଚିହ୍ନଟ ହୋଇଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.