ଗାଁ ସାଥି ରମେଶ ସିଂ ହତ୍ୟା ଘଟଣା, ମିଳିଲା ଆଉ ଏକ କଟା ଗୋଡ

ସୁନ୍ଦରଗଡ(କେ ନ୍ୟୁଜ): ଗାଁସାଥି ରମେଶ ସିଂଙ୍କ ଆଉ ଏକ କଟା ଗୋଡ ଉଦ୍ଧାର ହୋଇଛି । ଶୁକ୍ରବାର ଭବାନିପୁର ପୋଖରୀରୁ ମିଳିଥିଲା କଟାମୁଣ୍ଡ,କଟାହାତ ଓ ଗୋଟିଏ ଗୋଡ ମିଳିଥିଲା ।  ଅ।ଜି ଏକ ବିଲ ଭିତରୁ ମିଳିଲା ଆଉ ଏକ ଗୋଡ | ଗାଁ ସାଥୀଙ୍କୁ ହତ୍ୟା ମାମଲାରେ ୫ ଜଣ ପୋଲିସ ଦ୍ୱାରା ଅଟକ ଅଛନ୍ତି ।ସୂଚନା ଦେଉଛୁକି ତାଙ୍କୁ ହତ୍ୟା ପରେ ତାଙ୍କ ମରଶରୀରର ହାତ, ଗୋଡ ଓ ମୁଣ୍ଡକୁ କାଟି ଫିଙ୍ଗି ଦେଇଥିଲେ ହତ୍ୟାକାରୀ । ନିଖୋଜ ହେବାର ଦୀର୍ଘ ୨୫ଘଣ୍ଟା ପରେ ସୁନ୍ଦରଗଡ଼ ସଦର ଥାନା ଭବାନୀପୁର ଅଞ୍ଚଳରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକ କିରେଇ ଗ୍ରାମପଞ୍ଚାୟତର ଗ୍ରାମସାଥୀ ରମେଶ ସିଂ ବୋଲି ପରେ ପରିଚୟ ମିଳିଛି ।

ସେ ତାଙ୍କ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇ ରାତିରୁ କୁଆଡେ ନିଖୋଜ ଥିଲେ। ଘରକୁ ନ ଫେରିବାରୁ ପରିବାରଲୋକେ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ବିଲରୁ ମିଳିଥିଲା ତାଙ୍କ କଟା ହାତ। ଖବର ପାଇ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ମୃତକ ରମେଶଙ୍କ ଜଣେ ଯୁବତୀଙ୍କ ସହ ସମ୍ପର୍କ ରହିଥିଲା। ଏହାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।

 

Leave A Reply

Your email address will not be published.