କାହାକୁ ନ ଜଣାଇ ଶନିବାର ସନ୍ଧ୍ଯାରେ କରନ୍ତୁ ଏହି ଜରୁରୀ ଉପାୟ, ଖୋଲିଯିବ ଆପଣଙ୍କ ଭାଗ୍ଯ

ଶନିଦେବ ନ୍ଯାୟ ପ୍ରିୟ ପସନ୍ଦ ଦେବତାଙ୍କ ମଧ୍ୟରେ ଅନ୍ଯତମ। ମଣିଷର ଭଲ ଏବଂ ଖରାପ କର୍ମର ଫଳ ଶନିଦେବ ଦେଇଥାନ୍ତି। କିନ୍ତୁ ଭଲ କର୍ମ କରୁଥିବା ବ୍ଯକ୍ତି ଉପରେ ଶନିଦେବଙ୍କ କୃପା ରହିଥାଏ। ସେହିପରି ଖରାପ କାମ କରୁଥିବା ବ୍ଯକ୍ତି ଉପରେ ମଧ୍ୟ ଶନିଦେବଙ୍କ ପ୍ରକୋପର ଶିକାର ହେବାକୁ ପଡିଥାଏ। ଯେଉଁ ବ୍ଯକ୍ତି ଉପରେ ଶନିଦେବ ରାଗିଥାନ୍ତି, ତା’ର ସର୍ବନାଶ ହେବା ନିଶ୍ଚିତ ବୋଲି କୁହାଯାଏ।

ତାନ୍ତ୍ରିକ ଗ୍ରନ୍ଥରେ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଖାସ୍ ଉପାୟ ଆପଣାଇବା ଉଚିତ। ଏହି ଉପାୟ କରିବା ଦ୍ବାରା ସମସ୍ତ କଷ୍ଟ ସମାପ୍ତ କରିଥାନ୍ତି ଶନିଦେବ। ଆଉ ଆପଣଙ୍କ ଭାଗ୍ଯ ରାତାରାତି ଖୋଲିଯାଏ। ତେବେ ଜାଣନ୍ତୁ ଶନିବାର ଦିନ କ’ଣ କରିବେ…

ଶନିବାର ଦିନ ସନ୍ଧ୍ଯାରେ କଳା କପଡାରେ ଏକ ମୁଠାଏ ଚାଉଳ ବାନ୍ଧି ଦିଅନ୍ତି। ଏହି ଚାଉଳ ପୁଡିଆକୁ ଶନିଦେବଙ୍କ ଚରଣରେ ରଖିଦିଅନ୍ତୁ। ଶନିଦେବଙ୍କ ଆଗରେ ସୋରିଷ ତେଲ ଦୀପ ଲଗାନ୍ତୁ ଏବଂ ଏହି ଚାଉଳ ପୁଡିଆକୁ କୌଣସି ବୋହୁଥିବା ନଦୀରେ ବୁହାଇଦିଅନ୍ତୁ। ଏମିତି କରିବା ଦ୍ବାରା ଆପଣଙ୍କ ଦୂର ହେବ। ଧ୍ୟାନ ରଖନ୍ତୁ, ଏହି କାମ କରିବା ସମୟରେ କାହା ସହିତ କଥାବାର୍ତ୍ତା ହୁଅନ୍ତୁ ନାହିଁ।

diya

ଶନିବାର ଦିନ ସୂର୍ଯ୍ଯାସ୍ତ ପରେ ଶନି ମନ୍ଦିରରେ ଥିବା ଅଶ୍ବତ୍ଥ ଗଛ ତଳେ ସୋରିଷ ତେଲ ଦୀପ ଲଗାନ୍ତୁ। ଏହି ସମୟରେ ଆପଣ କାହାକୁ କଥା ହୁଅନ୍ତୁ ନାହିଁ। ଏହି ଉପାୟ କଲେ ସମସ୍ତ କଷ୍ଟ ଦୂର ହୁଏ ଏବଂ ଘରେ ଧନଧ୍ୟାନ୍ଯ ଭରିରହେ। ଏହି ଉପାୟ କଲେ ମଧ୍ୟ ଶନି ଏବଂ ରାହୁଙ୍କ ପ୍ରକୋପ କମ୍ ହୁଏ।

ଶନିଦେବ ହନୁମାନଙ୍କୁ ନିଜର ଗୁରୁ ବୋଲି ମାନନ୍ତି। ତେଣୁ ଶନିବାର ଦିନ ହନୁମାନଙ୍କ ସାମ୍ନାରେ ଦୀପ ଲଗାଇ ହନୁମାନ ଚାଳିଶା ପାଠ କରନ୍ତୁ। ଶନିଦେବ ପ୍ରସନ୍ନ ହେବେ ଏବଂ କୃପା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.