ଚେକିଂ ନାଁରେ ଚାପୁଡା, ହେଲ୍‌ମେଟ ନପିନ୍ଧି ଗାଡି ଚଳାଉଥିବାରୁ ସର୍ବସମ୍ମୁଖରେ ବ୍ଯକ୍ତିଙ୍କୁ ମାରିଲେ କନଷ୍ଟେବଳ

ବ୍ରହ୍ମପୁର: ପ୍ରତିଦିନ ଅନେକ ଭାଇରାଲ୍ ଭିଜୁଆଲ୍ ଆମ ସାମ୍ନାକୁ ଆସିଥାଏ । ଯାହା ଭିତରୁ କିଛି ଲୋକଙ୍କର ପ୍ରଶଂସାର ପାତ୍ର ହୋଇଥାଏ ତ କିଛି ଭିଜୁଆଲ୍ କୁ ଲୋକେ ନାପସନ୍ଦ କରି ଟେ୍େରୋଲ୍ କରିଥାନ୍ତି। ପୁଣି ଏମିତି ଏକ ଭିଜୁଆଲ୍ ଭାଇରାଲ୍ ହୋଇଛି, ଯେଉଁଠି ହେଲମେଟ୍‌ ଚେକିଂ ନାଁରେ ପୋଲିସ ଏଠାରେ ଦାଦାଗିରି କରୁଥିବା ନଜର ଆସିଛି ।

ପ୍ରକ୍ରୁତ ଘଟଣାଟି ହେଉଛି କି, ଜଣେ ଚାଳକ ବିନା ହେଲ୍‌ମେଟରେ ଗାଡି ଚଳାଉଥିବା ସମୟରେ ଭେଜିପୁଟ ଫାଣ୍ଡିର ଜଣେ କନଷ୍ଟେବଳ ତାଙ୍କୁ ଧରିଥିଲେ । ଦୀର୍ଘ ସମୟ ଧରି ଗାଡି ଚାଳକ ଓ କନଷ୍ଟେବଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ କନଷ୍ଟେବଳ ଜଣଙ୍କ ଗାଡି ଚାଳକଙ୍କୁ ମାଡ଼ ମାରିଥିବା ସହିତ ତାଙ୍କୁ ଖରାପ ଭାଷାରେ ଗାଳି କରିଥିଲେ । ଏପରି ଦୃଶ୍ୟ ଦେଖିବାକୁ  ମିଳିଛି ଗଞ୍ଜାମ ଭେଜିପୁଟ ଫାଣ୍ଡି ଅଞ୍ଚଳରେ ।

ତେବେ ଘଟଣା ପରେ ଗାଡି ଚାଳକ ଜଣଙ୍କ କନଷ୍ଟେବଳ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିବା ବେଳେ, ତାଙ୍କୁ ଭେଜପୁଟ ଫାଣ୍ଡିରେ ଅଟକ ରଖି ପଚରାଉଚରା କରାଯାଉଛି । ଅନ୍ଯପଟେ ଭିଜୁଆଲ୍ କୁ ଦେଖି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ବ୍ରହ୍ମପୁରରୁ ମାନସ ବିଷୋୟୀଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.