କେନ୍ୟୁଜ୍(ବ୍ୟୁରୋ): ଭିକ୍ଟୋରିଆ ମେମୋରିଆଲରେ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଭାଷଣ ଦେଲେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କାର୍ଯ୍ୟକ୍ରମରେ ଉପସ୍ଥିତି କିଛି ଲୋକଙ୍କ ନାରାବାଜି ପାଇଁ ଭାଷଣ ଦେବାକୁ ମନାକଲେ ମମତା। କହିଲେ ସରକାରୀ କାର୍ଯ୍ୟକ୍ରମରେ କିଛି ମର୍ଯ୍ୟଦା ରହିବା ଦରକାର। ନାରାବାଜିର ପ୍ରତିବାଦ ସ୍ବରୂପ ଭାଷଣ ଦେବିନାହିଁ ବୋଲି କହିଲେ ମମତା।
ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୋଦି ଓ ମମତା ଏକାଠି ଭିକ୍ଟୋରିଆ ପ୍ୟାଲେସ ବୁଲି ଦେଖିଥିଲେ ମଧ୍ୟ କେହି କାହା ସହ କଥା ହୋଇନଥିବାର ଦଖିବାକୁ ମିଳିଥିଲା। ଏହା ପରେ ପରାକ୍ରମ ଦିବସ କାର୍ଯ୍ୟକ୍ରମର ଷ୍ଟେଜ ନିକଟକୁ ଉଭୟ ଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ। ଏହା ପରେ ମମତାଙ୍କ ଉଦବୋଧନ ସମୟରେ କିଛି ଲୋକ ନାରାବାଜି କରିବାରୁ ମମତା ଭାଷଣ ଦେବାକୁ ଇଚ୍ଛାକଲେ ନାହିଁ ପରେ କହିଥିଲେ ସରକାରୀ କାର୍ଯ୍ୟକ୍ରମରେ କିଛି ମର୍ଯ୍ୟଦା ରହିବା ଦରକାର ।