ଫେସବୁକ୍ ୟୁଜର୍ସଙ୍କ ପାଇଁ ବିପଦ ! ୫୦ କୋଟି ଫେସବୁକ ୟୁଜର୍ସଙ୍କ ଫୋନ ନମ୍ବରକୁ ଟେଲିଗ୍ରାମରେ ବିକ୍ରି କରାଯାଉଛି

ଡାଟା ବ୍ରେଚ୍ ସହିତ ଫେସବୁକ୍ ର ପୁରୁଣା ସଂପର୍କ ରହିଛି। ବିଭିନ୍ନ ସମୟରେ ଫେସବୁକରୁ କିଛି ନା କିଛି ପ୍ରକାରର ଡାଟା ଲିକ୍ ହେବାର ଖବର ଚର୍ଚ୍ଚାରେ ରହିଥାଏ। ଖବର ମୁତାବକ, ୫୦୦ ମିଲିଅନ ଫେସବୁକ୍ ୟୁଜର୍ସଙ୍କ ଫୋନ ନମ୍ବର ଟେଲିଗ୍ରାମରେ ବଟ୍ ଜରିଆରେ ବିକ୍ରି କରାଯାଉଛି।

ସିକ୍ଯୁରିଟି ରିସର୍ଚ୍ଚର ଦାବି ଅନୁସାରେ, ଟେଲିଗ୍ରାମ ବଟ୍ ପାଖରେ ପାଖାପାଖି ୫୦୦ ମିଲିଅନ ୟୁଜର୍ସଙ୍କ ଫୋନ ନମ୍ବର ରହିଛି। ସୂଚନା ଅନୁସାରେ, ୨୦୧୯ରେ ଫେସବୁକର ଭୁଲ ଯୋଗୁଁ ଏହି ଡାଟା ଲିକ୍ ହୋଇଥିଲା। ଟେଲିଗ୍ରାମରେ ବଟ୍ ରହିଛି, ସେମାନେ ଦାବି କରିଛନ୍ତି କି, ସେମାନଙ୍କ ପାଖରେ ସେହି ଡାଟାବେସର ଆକ୍ସେସ ରହିଛି, ଯେଉଁଥିରେ ୫୦୦ ମିଲିଅନ ଫେସବୁକ ୟୁଜର୍ସଙ୍କ ଫୋନ ନମ୍ବର ରହିଛି। ୨୦୨୦ ଆରମ୍ଭରେ ଫେସବୁକର ଏହି ଭୁଲ୍ ବିଷୟରେ ଜଣାପଡିଥିଲା।

telegram bot

ଫେସବୁକର ଏହି ଭୁଲ ଯୋଗୁଁ ଲୋକ ଫେସବୁକରେ ଲିଙ୍କଡ ଫୋନ ନମ୍ବର ଏକ୍ସପୋଜ ହେଉଛି। ଏବେ ଏହି ଫୋନ ନମ୍ବର ଟେଲିଗ୍ରାମ ବଟ୍ ଜରିଆରେ ବହୁତ କମ୍ ଦାମରେ ବିକ୍ରି ହେଉଛି। ଗୋଟେ ଫୋନ ନମ୍ବର ୨୦ ଡଲାର ଦାମରେ ବିକ୍ରି ହେଉଛି।

Leave A Reply

Your email address will not be published.