ଟ୍ରେନର ହର୍ଣ୍ଣ ବିଷୟରେ କହିଲେ ପ୍ରଥମେ ମନକୁ ଆସେ ପ୍ଲାଟଫର୍ମରେ ଶୁଭୁଥିବା କଲିଙ୍ଗ। ଯଦି ଟ୍ରେନ୍ ଧୀରେ ଆସୁଥାଏ ତାହେଲେ ଯାତ୍ରୀ ନିଜ ଜିନିଷପତ୍ର ସହ ଛିଡା ହୋଇଯାନ୍ତି। ଯାହାପାଖରେ ରିଜର୍ଭେସନ ଟିକେଟ ଥାଏ ସେ ନିଜ ସିଟ୍ ଖୋଜିଥାନ୍ତି ଏବଂ ଯାହା ପାଖରେ ରିଚର୍ଭେସନ ଟିକେଟ୍ ନଥାଏ ସେମାନେ ବସିବା ପାଇଁ ଜାଗା ଖୋଜିଥାନ୍ତି। ଲୋକଙ୍କର ଟ୍ରେନରେ ଯାତ୍ରାର ଅନେକ କିଛି ଏକ୍ସପେରିୟନ୍ସ ରହିଥାଏ। ଆଜି ଆମେ ଏହି ଟ୍ରେନକୁ ନେଇ କିଛି ରୋଚକପୂର୍ଣ୍ଣ ଖବର ଜଣାଇବୁ। ଆଜି ଆମେ ଜାଣିବା ଟ୍ରେନରେ କାହିଁକି ଥାଏ ୯ ପ୍ରକାର ହର୍ଣ୍ଣ।
ଏକ ସର୍ଟ ହର୍ଣ୍ଣ : ଏହାର ଅର୍ଥ ଟ୍ରେନ୍ ସାଇଡକୁ ଚାଲିଆସିଛି ଏବଂ ତାହାର ସଫା କରିବାର ସମୟ ହୋଇଯାଇଛି।
ଦୁଇ ସର୍ଟ ହର୍ଣ୍ଣ : ଏହାର ଅର୍ଥ ଟ୍ରେନ୍ ଚାଲିବା ପାଇଁ ପ୍ରସ୍ତୁତ।
ତିନି ସର୍ଟ ହର୍ଣ୍ଣ : ଏହାର ଅର୍ଥ ଲୋକୋପାଇଲଟର କଣ୍ଟ୍ରୋଲ ଇଞ୍ଜିନରୁ ହଟିଯାଇ ସାରିଛି। ଏହି ହର୍ଣ୍ଣ ଟ୍ରେନର ଗାର୍ଡଙ୍କ ପାଇଁ ଏକ ସଂକେତ ଯେ ସେ ଭାକ୍ୟୁମ ବ୍ରେକ୍ ଦ୍ୱାରା ଟ୍ରେନକୁ ଅଟକାଇବେ।
ଚାରି ସର୍ଟ ହର୍ଣ୍ଣ : ଏହାର ଅର୍ଥ ଟ୍ରେନର ଟେକନିକାଲ ସମସ୍ୟା ରହିଛି ଏବଂ ଟ୍ରେନ ଏହାକୁ ଆଗକୁ ନେବା ସ୍ଥିତିରେ ନାହିଁ।
ଦୁଇ ଛୋଟ ଏବଂ ଗୋଟିଏ ବଡ ହର୍ଣ୍ଣ : ଏମିତି ହର୍ଣ୍ଣ ଦେଲେ ଜାଣନ୍ତୁ ଯେ କେହି ଜଣେ ଚେନ୍ ପୁଲିଙ୍ଗ୍ କରିଛନ୍ତି କିମ୍ବା ଗାର୍ଡ ଟ୍ରେନର ଭାକ୍ୟୁମ୍ ପ୍ରେସର ବ୍ରେକ୍ ଲଗାଇଛନ୍ତି।
ଲମ୍ବା ସମୟ ଧରି ବାଜୁଥିବା ହର୍ଣ୍ଣ : ଯଦି ଟ୍ରେନ ଲଗାତର ଭାବେ ହର୍ଣ୍ଣ ବଜାଇବ ତାହେଲେ ଜାଣନ୍ତୁ ଟ୍ରେନ୍ ପ୍ଲାଟଫର୍ମରେ ଅଟକିବନାହିଁ।
ଦୁଇ ଥର ରହି ରହି ହର୍ଣ୍ଣ ବାଜିଲେ : ଏମିତି ହର୍ଣ୍ଣ କୌଣସି କ୍ରସିଙ୍ଗର ନିକଟତର ହେଲେ ବଜାଥାଏ। ଯାହାଦ୍ୱାରା କେହି ଲୋକ ରେଲୱେ କ୍ରସିଙ୍ଗ୍ ପାଖକୁ ଆସିବେନି।
ଦୁଇ ଥର ଲମ୍ବା ଏବଂ ଗୋଟେ ଥର ଛୋଟ ହର୍ଣ୍ଣ ବାଜିଲେ : ଏମିତି ହର୍ଣ୍ଣ ସେତେବେଳେ ବଜାଯାଇଥାଏ ଯେତେବେଳେ ଟ୍ରେନ ନିଜର ଟ୍ରାକ୍ ଚେଞ୍ଜ୍ କରିଥାଏ।
ଛଅ ଥର ଛୋଟ ହର୍ଣ୍ଣ : ଏମିତି ହର୍ଣ୍ଣ ସେତେବେଳେ ବାଜିଥାଏ ଯେତେବେଳେ ଲୋକପାଇଲଟଙ୍କୁ କୌଣସି ବିପଦର ସଂକେତ ପାଉଥିବେ।