ଶନି ହେଲେ ଉଦୟ, ଜାଣନ୍ତୁ କେଉଁ ରାଶି ପାଇଁ ଲାଭ ଆଉ କାହା ପାଇଁ ବଢିପାରେ ଚିନ୍ତା

ନ୍ୟାୟ ଏବଂ କର୍ମର ଦେବତା ଶନି ଦେବତା ଏକ ମାସ ପରେ ପୁଣି ଉଦିତ ହୋଇଛନ୍ତି । କୁହାଯାଏ କି, ସମସ୍ତ ଲୋକଙ୍କୁ ସେମାନଙ୍କ କର୍ମ ଅନୁରୂପ ଫଳ ଦେଇଥାନ୍ତି ଶନିଦେବ। ଏହି କାରଣ ଯୋଗୁଁ ଜ୍ଯୋତିଷ ଶାସ୍ତ୍ରରେ ଶନିଦେବଙ୍କ ବହୁତ ମହତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛନ୍ତି। ବର୍ଷର ପ୍ରଥମ ସପ୍ତାହରେ ଅର୍ଥାତ ଜାନୁଆରୀ ୫ ତାରିଖରେ ଅସ୍ତ ହୋଇଥିଲେ ଶନି । ଏବେ ପାଖାପାଖି ମାସେ ପରେ ଅର୍ଥାତ୍ ଫେବୃଆରୀ ୯ ତାରିଖରେ ଶନି ଉଦିତ ହୋଇଛନ୍ତି । ଶନିଙ୍କ ଉଦିତ ଅନେକ ରାଶି ଉପରେ ଅନେକ ପ୍ରଭାବ ପକାଇବ | ମେଷ, କନ୍ୟା ଏବଂ ମକର ରାଶିର ଲୋକମାନେ ଶୁଭ ଖବର ପାଇପାରନ୍ତି । ଫେବୃଆରୀ ୯ ତାରିଖ ରାତି ୧୨ ଟା ୫୦ମିନିଟରୁ ଶନି ଉଦିତ ହୋଇଛନ୍ତି । ଶନିଙ୍କ ଉଦିତ ହେତୁ ଏହି ରାଶିଗୁଡିକୁ ମିଳିପାରେ ଶୁଭ ଖବର ।

ମେଷ ରାଶି : ଶନି ଦେବତାଙ୍କ ଉଦିତ ହେତୁ ମେଷ ରାଶିର ଲୋକମାନେ ଆର୍ଥିକ ଫାଇଦା ପାଇବେ। କରଜରୁ ମୁକ୍ତି ମିଳିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଦୀର୍ଘ ସମୟ ଧରି ବନ୍ଦ ହୋଇଥିବା କାମ ଆରମ୍ଭ ହେବ । ସାଙ୍ଗ ଏବଂ ପରିବାର ପକ୍ଷରୁ ସମର୍ଥନ ମିଳିବ ।

କର୍କଟ ରାଶି : ଶନି ଉଦିତ ହେବା ଦ୍ବାରା କର୍କଟ ରାଶିର ବ୍ୟକ୍ତିମାନେ ଅନେକ ସୁଯୋଗ ପାଇବେ । ବୈବାହିକ ଜୀବନ ସୁଖୀ ହେବ । ଶନିଙ୍କ ପ୍ରଭାବରେ ବୁଦ୍ଧି ଏବଂ ଜ୍ଞାନ ବୃଦ୍ଧି ପାଇବ । ସମାଜରେ ସମ୍ମାନ ବୃଦ୍ଧି ପାଇବ ।

କନ୍ୟା ରାଶି : କନ୍ୟା ରାଶିର ବ୍ୟକ୍ତିଙ୍କୁ ଶନିଙ୍କ ଉଦିତରୁ ମିଶ୍ରିତ ଫଳାଫଳ ମିଳିବ | କ୍ରୋନିକ ରୋଗରୁ ମୁକ୍ତି ମିଳିପାରେ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରିବ । ଆର୍ଥକ ପରିସ୍ଥିତିରେ ଉନ୍ନତି ହେବ । ଆୟ ବଢିପାରେ । ସମ୍ପର୍କରେ ତିକ୍ତତା ଶେଷ ହେବ ।

prediction

ବିଛା ରାଶି : ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ସୁଖ ସମୃଦ୍ଧି ବୃଦ୍ଧି ହୋଇପାରେ । ଏମାନେ କରଜରୁ ମୁକ୍ତି ପାଇପାରିବେ । ବ୍ୟବସାୟରେ ଲାଭ ହୋଇପାରିବ । ଜୀବନସାଥୀ ପଦୋନ୍ନତି ପାଇପାରନ୍ତି । ଶନିଙ୍କ ଉଦିତ ସହିତ ଶିକ୍ଷା କ୍ଷେତ୍ରରେ ଆସୁଥିବା ପ୍ରତିବନ୍ଧକ ଶେଷ ହେବ । ଧନପ୍ରାପ୍ତିର ସମ୍ଭାବନା ରହିଛି ।

ମକର ରାଶି : ଶନିଙ୍କ ଉଦିତର ଲାଭ ପାଇବେ । ଶନିଙ୍କ ପ୍ରଭାବ ଆତ୍ମବିଶ୍ୱାସ ବଢାଇବ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ । ଅର୍ଥ ଲାଭ ହୋଇପାରେ । ବିବାହ ସ୍ଥିର ହୋଇପାରେ । ନୂତନ ସୁଯୋଗ ମିଳିପାରେ ।

କୁମ୍ଭ ରାଶି : ଶନିଙ୍କ ଉଦିତ କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଶୁଭ ଫଳାଫଳ ଆଣିବ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରିବ । ଶନିଙ୍କ ପ୍ରଭାବରେ ଆପଣ ସମାଜରେ ସମ୍ମାନ ପାଇବେ । ଜୀବନରେ ଅନୁକୂଳ ପରିବର୍ତ୍ତନ ଆସିବ । ଜୀବନସାଥୀଙ୍କ ସମର୍ଥନ ପାଇବେ । ପାରିବାରିକ ସମସ୍ୟା ଶେଷ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.