ରୋହତକ : କୁସ୍ତି ଆଖଡାରେ ଗୁଳିକାଣ୍ଡ, ଦୁଇ କୋଚ ଓ ମହିଳା ଯୋଦ୍ଧାଙ୍କ ସମେତ ୫ ମୃତ

ହରିୟାଣା : ହରିୟାଣାର ରୋହତକରେ ଏକ ଛାତିଥରା ଦୃଶ୍ୟ ସାମନାକୁ ଆସିଛି। ଶୁକ୍ରବାର ସନ୍ଧ୍ୟାରେ ଏକ ଘରୋଇ କଲେଜ ପାଖରେ ଥିବା କୁସ୍ତି ଆଖଡାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନ୍ୟ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ମୃତ ଲୋକଙ୍କ ଭିତରେ ଦୁଇଜଣ କୁସ୍ତି କୋଚ୍ ଓ ଜଣେ ମହିଳା ରେସଲର ରହିଛନ୍ତି। ଆହତଙ୍କ ଭିତରେ ଜଣେ ତିନି ବର୍ଷର ଶିଶୁ ମଧ୍ୟ ରହିଛି। ପୁରୁଣା ବିବାଦ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଛି। ଗୁଳିକାଣ୍ଡ ଘଟଣା ଶୁକ୍ରବାର ସନ୍ଧ୍ୟାରେ ସେତେବେଳେ ଘଟିଥିଲା, ଯେତେବେଳେ ଜାଟ୍ କଲେଜର ପଛରେ ଥିବା ଆଖଡାରେ କିଛି ଅଜଣା ଲୋକ ପଶିଆସିଥିଲେ ଓ ସେମାନେ ତାଙ୍କୁ ସିଧା ଗୁଳିମାଡ କରିଥିଲେ। ଏହି ଘଟଣାର ସୂଚନା ମିଳିବା ମାତ୍ରେ ଆଖପାଖ ଅଞ୍ଚଳର ଲୋକ ଭୟଭୀତ ହୋଇପଡିଥିଲେ, ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ସୋନୀପଥ ଜିଲ୍ଲାର ସରଗଥଳ ଗାଁର ନିବାସୀ ୩୫ ବର୍ଷୀୟ ମନୋଜ ମଲିକ ଜାଟ କଲେଜର ଅଖାଡାରେ ହେଡ କୋଚ ଥିଲେ। ଘଟଣାରେ ସମ୍ବନ୍ଧ ଥିବା ଅଭିଯୁକ୍ତ ଏବ ମନୋଜଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା ବୋଲି ପୋଲିସ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.