ପଟ୍ଟାମୁଣ୍ଡାଇ ମୁନିସିପାଲିଟି ପ୍ରବେଶ ପଥ ନବନିର୍ମିତ ଗେଟ୍‌କୁ ନେଇ ଦେଖାଦେଇଛି ବିବାଦ

କେନ୍ଦ୍ରାପଡା(କେ ନ୍ୟୁଜ): ସହରର ପ୍ରବେଶ ପଥରେ ଗେଟକୁ ନେଇ ବିବାଦ । କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଗେଟ୍‌କୁ ନେଇ ଆରମ୍ଭ ହୋଇଛି ବିବାଦ । ସହରର ପ୍ରବେଶ ପଥ ଗେଟରେ ପ୍ଲମ୍ବିଂ ସହର ପଟ୍ଟାମୁଣ୍ଡାଇ ଲେଖାଥିବାରୁ ଆପତ୍ତି ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ପଟ୍ଟାମୁଣ୍ଡାଇ ଅଞ୍ଚଳର ହଜାର ହଜାର ଯୁବକ ପେଟପାଟଣା ପାଇଁ ପ୍ଲମ୍ବିଂ କାମ ପାଇଁ ବିଦେଶ ଯାଉଛନ୍ତି। କିନ୍ତୁ ମୁନିସିପାଲିଟି ଦ୍ୱାରା ପ୍ରବେଶ ପଥରେ ପଟାମୁଣ୍ଡାଇକୁ ପ୍ଲମ୍ବିଂ ସହର ବୋଲି ନାମିତ କରାଯିବାକୁ ଅଧିକାଂଶ ବିରୋଧ କରିଛନ୍ତି।

ନବନିର୍ମିତ ଗେଟ ଏବେ ବିବାଦ ଘେରରେ। ଗେଟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ତୁରନ୍ତ ଗେଟକୁ ଉଠାଇ ନେବାକୁ ନରବାଜି କରିଥିଲେ ସ୍ଥାନୀୟ ବାସିନ୍ଦା । ତେବେ ଗେଟ ନିର୍ମାଣ ଭଲ ଉଦ୍ଦେଶ୍ୟରେ କରାଯାଇଥିଲା। ଏହାକୁ ବିରୋଧ କରି ପିଟିସନ ଦାଏର ହୋଇଥିବାରୁ ଏହାର ବିଚାର କରାଯିବ ବୋଲି କହିଛନ୍ତି ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଅଧିକାରୀ।

 

 

Leave A Reply

Your email address will not be published.