କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ମୋଷ୍ଟ ହ୍ୟାଣ୍ଡସମ୍ ଚୋର। ମଧ୍ୟରତିରେ ବୁଲଛନ୍ତି ଓ ଦୋକାନ ମାନଙ୍କ ସଟର ତାଡି କେବଳ ପଇସା ଲୁଟି ନେଇ ଯାଉଛନ୍ତି। ଗତକାଲି ରାତି ପ୍ରାୟ ୪.୨୩ ବେଳକୁ ରୁଚିକା ମାର୍କେଟର ବର୍ଷା ଔଷଧ ଦୋକାନରୁ ଲୁଟ କରିଥିବା ବେଳେ ସେମାନଙ୍କ ଫଟୋ ସିସିଟିଭିରେ କଏଦ ହୋଇଛି ।
ଏହା ପରେ ବିଏସ ଏଜେନ୍ସି ନାମକ ଏକ ସାନିଟାରୀ ଦୋକାନରୁ ପାଖାପାଖି ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ଲୁଟେରାମାନେ ଉଚ୍ଚ ଶିକ୍ଷିତ ଓ ଭଲ ଘରର ପିଲା ଭଳି ଦେଖା ଯାଉଛନ୍ତି। କିନ୍ତୁ ଏମାନେ କେଉଁଠାରୁ ଆସିଛନ୍ତି କି ସେହି ଅଞ୍ଚଳରେ ରହୁଛନ୍ତି ତାହା ଜଣା ପଡିନାହିଁ। ଏହି ଘଟଣାରେ ଖଣ୍ଡଗିରି ପୋଲିସ ତଦନ୍ତ କରୁଛି।