ସାବଧାନ! ସମସ୍ତଙ୍କ ପାଇଁ ନୁହେଁ ବେଲ ସର୍ବତ, ଜାଣନ୍ତୁ ଏହାକୁ ସେବନ କରିବା କିପରି ହୋଇଥାଏ ହାନିକାରକ

ଆଗକୁ ଆସୁଛି ଖରାଦିନ। ଲୋକେ ଥଣ୍ଡା ଥଣ୍ଡା ସର୍ବତ ପିଇବା ଆରମ୍ଭ କରିଦେବେ। ଯଦି ଆପଣ ବି ଖରାଦିନେ ନିଜ ଡାଏଟ୍‌ରେ ସର୍ବତ ସାମିଲ କରନ୍ତି, ତା’ହେଲେ ସାମାନ୍ୟ ସାବଧାନତା ଅବଲମ୍ବନ କରିବା ଜରୁରୀ। କାରଣ, କିଛି ସର୍ବତ ସମସ୍ତଙ୍କ ପାଇଁ ନ ଥାଏ, ସେଥିମଧ୍ୟରୁ ଗୋଟିଏ ହେଉଛି ବେଲ ସର୍ବତ ବା ବେଲ ପଣା। ଆଜି ଆମେ ଆପଣଙ୍କୁ ବେଲ ପଣାର ଫାଇଦା ଏବଂ ଏହା କାହା ପାଇଁ ପ୍ରଯୁଜ୍ୟ ନୁହେଁ, ସେ ବିଷୟରେ କହିବୁ।

କାହା ପାଇଁ ହାନିକାରକ ବେଲ ପଣା/ସର୍ବତ

୧. ଡାଇବେଟିସ୍‌ ରୋଗୀ ବେଲ ପଣା ପିଇବା ଉଚିତ ନୁହେଁ। କାରଣ, ଏଥିରେ ଚିନି ପକାଯାଇଥାଏ।

୨. ହାଇ ବ୍ଲଡ୍‌ପ୍ରେସର ସମସ୍ୟା ଥିଲେ ଏବଂ ଆପଣ ଔଷଧ ସେବନ କରୁଥିଲେ, ଆଦୌ ବେଲ ପଣା ପିଅନ୍ତୁ ନାହିଁ।

୩. କାର୍ଡିଆକ୍‌ ରୋଗୀ ହୋଇଥିଲେ ବିଲ୍‌କୁଲ ବି ବେଲ ପଣା ଛୁଅନ୍ତୁ ନାହିଁ। ଏଥିପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାରଣ, ବେଲ ସର୍ବତ ଶରୀରର ଓ୍ଵାଟର ଲେବଲ ପରିବର୍ତ୍ତନ କରିଥାଏ।

୪. ଯଦି ଆପଣଙ୍କ ବୟସ ୩୦ରୁ ଅଧିକ ଏବଂ ଔଷଦ ସେବନ କରୁଛନ୍ତି, ତା’ହେଲେ ବେଲ ସର୍ବତ ସେବନ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ।

ବେଲ ସର୍ବତର ଫାଇଦା

୧. ଏହା ପେଟକୁ ବହୁତ ଥଣ୍ଡା ରଖିଥାଏ।

୨. ସହଜରେ ଡାଏଜେଷ୍ଟ ହୋଇଥାଏ।

୩. ଏହାକୁ ସେବନ କଲେ ଗ୍ୟାସ୍‌ ଏବଂ କବ୍‌ଜ ସମସ୍ୟା ଦୂର ହୋଇଥାଏ।

୪. ବେଲ ସର୍ବତ କମ୍‌ ବୟସ୍କ ତଥା ଯୁବବର୍ଗଙ୍କ ପାଇଁ ବହୁତ ଭଲ। ୩୦ରୁ କମ୍‌ ବୟସର ଯୁବକ, ଯୁବତୀ ବେଲ ସର୍ବତକୁ ଆରାମରେ ପିଇପାରିବେ।

୫. ରକ୍ତ ସଫା କରିବାରେ ସାହାଯ୍ୟ କରିଥାଏ।

୬. ବେଲ ଏମିତି ଏକ ଫଳ, ଯାହା ଗଛରୁ ପଡ଼ିବା ପରେ ବି ଅନେକ ଦିନ ପର୍ଯ୍ୟନ୍ତ ଠିକ୍‌ ରହିଥାଏ।

୭. ବେଲରେ ପ୍ରୋଟିନ, ବିଟା-କ୍ୟାରୋଟିନ୍‌, ଥାୟମିନ, ରାଇବୋଫ୍ଲେଭିନ୍‌ ଏବଂ ଭିଟାମିନ୍‌-ସି ଅଧିକ ମାତ୍ରାରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.