ମିଲ୍କ ପାଉଡରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ରସମଲାଇ, ମିନିଟରେ ହେବ ପ୍ରସ୍ତୁତ

ମିଠାରେ ଯଦି ଆପଣ ରସମଲାଇ ବନାଉଛନ୍ତି, ତାହେଲେ ଏହା ଆପଣଙ୍କ ପୂରା ଦିନକୁ ମିଠା ସ୍ୱାଦ ଦେଉଥିବ। ଏହି କରୋନା କାଳରେ ଆପଣ ବଜାରରୁ ମିଠା କିଣି ଖାଇବା ଉଚିତ ନୁହେଁ। ଆପଣ ଘରେ ମଧ୍ୟ ବଜାର ଭଳି ରସମଲାଇ ବନାଇ ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • କ୍ଷୀର – ୧ କପ୍‌
  • ଚିନି – ୨ କପ୍‌
  • କେସର – ୧୦ଟି
  • ମିକ୍ସ ଡ୍ରାଏ ଫୃଟ୍ସ – ୧/୨ କପ୍‌
  • ଅଳେଇଚ ପାଉଡର – ୧/୪ ଚାମଚ୍‌
  • ଘିଅ – ଗୋଟେ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ମିଡିୟମ ଆଞ୍ଚରେ କ୍ଷୀର ଫୁଟାଇ ରଖିଦିଅନ୍ତୁ।
  • କ୍ଷୀର ଫୁଟି ଆସିଲା ପରେ କେସର ଏବଂ କେସର ମିଶାଇ ଦିଅନ୍ତୁ।
    ଏହାପରେ ଏଥିରେ ଚିନି ପକାଇ ଗାଢ଼ା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ।
  • କ୍ଷୀର ଗାଢ଼ା ହେବା ପରେ ଏଥିରେ ଡ୍ରାଏ ଫୃଟ୍ସ ପକାଇ ପ୍ରାୟ ୨ ମିନିଟ୍ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ।
  • ଏହାପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କର ରାବଡି ପ୍ରସ୍ତୁତ ହୋଇଯାଇଛି।
  • ଏବେ ମିଡିୟମ ଆଞ୍ଚରେ ପ୍ୟାନରେ ମିଲ୍କ ପାଉଡର, ଏକ କପ୍ କ୍ଷୀର ଏବଂ ଚିନି ପକାଇ ଚାମଚରେ ଚଲାଇ ଫୁଟାନ୍ତୁ।
  • ଯେତେବେଳେ ମିଶ୍ରଣ ଗାଢ଼ ହୋଇଯିବ ସେତେବେଳେ ଏଥିରେ ଘିଅ ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ।
  • ଏହି ମିଶ୍ରଣ ଯେତେବେଳେ ପ୍ୟାନରେ ଲାଗିବନି ସେତେବେଳେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ।
  • ଏବେ ଏହି ମିଶ୍ରଣରୁ ନେଇ ହାତରେ ଅଳ୍ପ ଅଳ୍ପ ନେଇ ପାପୁଲିରେ ଚେପଟା କରି ରସମଲାଇର ସେପ୍ ଦିଅନ୍ତୁ।
  • ଏହିଭଳି ଭାବେ ସମସ୍ତ ରସମଲାଇ ବନାଇ ପ୍ଲେଟରେ ରଖନ୍ତୁ।
  • ଏହିସବୁ ରସମଲାଇ ଉପରେ ଏବେ ଆପଣ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ରାବଡି ପକାଇ ଦିଅନ୍ତୁ।
  • ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ମିଲ୍କ ପାଉଡର ରସମଲାଇ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.