Below header

ଖୋର୍ଦ୍ଧା: ଲୋକେଶ୍ବର ମନ୍ଦିର ନିକଟରେ ଚଢାଉ, ୩୨୦ ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ଖୋର୍ଦ୍ଧା(କେନ୍ୟୁଜ୍): ପଣ୍ଡ ହେଲା ଧଳାଜହର କାରବାର । ଖୋର୍ଦ୍ଧା ଜିଲ୍ଲା ଲୋକେଶ୍ବର ମନ୍ଦିର ନିକଟରେ ଚଢାଉ କରି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଲୋକେଶ୍ବର ମନ୍ଦିର ନିକଟରେ ଅଚାନକ ଚଢାଉ କରିଥିଲା ଅବକାରୀ ବିଭାଗ । ଚଢାଉରେ ୩୨୦ଗ୍ରାମର ବ୍ରାଉନସୁଗାର ଜବତ କରିବା ସହିତ ନଗଦ ୯ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ।

khordha

ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩୨ଲକ୍ଷ ଟଙ୍କା ହେବା ବୋଲି ଜଣାପଡିଛି ।ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଭୈରବ ସାହୁ । ଗିରଫ ଯୁବକ ଜଣଙ୍କ ସେହି ଅଞ୍ଚଳର ହର ପ୍ରସାଦ ସାହୁ ବୋଲି ଜଣାପଡିଛି । ତେବେ ବ୍ରାଉନସୁଗାର କେଉଁଠାରୁ ଆସୁଥିଲା ଏବଂ କିପରି ବ୍ୟବସାୟ ହେଉଥିଲା ତାହାର ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.