ଗୁଣ୍ଡୁଚିମୂଷାକୁ ଆକ୍ରମଣ କଲା ସାପ, ପରେ ନିରୀହ ଜୀବନଟି ନେଲା ଏମିତି ପ୍ରତିଶୋଧ; ଦେଖନ୍ତୁ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ

ସାପ ଏକ ଏଭଳି ଜୀବ, ଯିଏ ନିଜଠାରୁ ଛୋଟ ଜୀବଙ୍କୁ ଶିକାର କରିଥାଏ। କିନ୍ତୁ ଏବେ ଭାଇରାଲ ହେଉଥିବା ଏକ ଭିଡିଓରେ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଏକ ସାପ ଓ ଗୁଣ୍ଡୁଚିମୂଷା ମଧ୍ୟରେ ଘମାଘୋଟ ଲଢ଼େଇରେ ଗୁଣ୍ଡୁଚିମୂଷା ବିଜୟଲାଭ କରିଥିବା ଦେଖିବାକୁ ମିଳିଛି। ଏହି ରକ୍ତ ସଂଘର୍ଷର ରୋଚକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ଏକ ସାପ ଓ ଗୁଣ୍ଡୁଚିମୂଷା ମୁହାଁମୁହିଁ ହେଉଛନ୍ତି। ଗୁଣ୍ଡୁଚିମୂଷାକୁ ଦେଖି ସାପ ଆକ୍ରମଣ କରିବାକୁ ଆଗେଇ ଆସୁଛି। ସାପ ଆକ୍ରମଣ କରିବାକୁ ଆସିବାରୁ ଗୁଣ୍ଡୁଚିମୂଷା ମଧ୍ୟ ଜୀବନ ବଞ୍ଚିବାକୁ ଚେଷ୍ଟା କରୁଛି। ସାପ ଓ ଗୁଣ୍ଡୁଚିମୂଷା ମଧ୍ୟରେ ବେଶ୍‌ କିଛି ସମୟ ସଂଘର୍ଷ ଚାଲୁଛି। ତା’ ପରେ କିନ୍ତୁ ଏମିତି ଘଟଣା ଘଟିଲା ଯାହା କେହି କେବେ ଚିନ୍ତା ବି କରିନଥିବେ।

ସାପ ଆକ୍ରମଣ କରିବା ପରେ ଗୁଣ୍ଡୁଚିମୂଷା ବୁଦ୍ଧି ଖର୍ଚ୍ଚ କରି ସାପକୁ ନିଜ ସାମ୍ନା ଦୁଇ ଗୋଡ଼ରେ ଧରି ପକାଉଛି ଓ ଦାନ୍ତରେ କାମୁଡ଼ିବାକୁ ଲାଗୁଛି। ଗୁଣ୍ଡୁଚିମୂଷା ସାପ ଉପରେ ଏତେ ମାତ୍ରାରେ ରାଗି ଯାଇଛି ଯେ ସେ ସାପର ମୁହଁକୁ ବାରମ୍ବାର କାମୁଡ଼ି ଖିନ୍‌ଭିନ୍‌ କରିପକାଉଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସାପଟିର ମୃତ୍ୟୁ ଘଟିଛି।

ଟ୍ଵିଟରରେ ଏହି ଗୁଣ୍ଡୁଚିମୂଷା ଓ ସାପର ଲଢ଼େଇ ଭିଡିଓକୁ ଲାଇଫ୍‌ ଆଣ୍ଡ ନେଚର ଆକାଉଣ୍ଟ ତରଫରୁ ସେୟାର କରାଯାଇଛି। ଏବେ ଯାଏଁ ଏହାକୁ ହଜାରେରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.