ଆସ୍ଥା ଭୋଟରେ ପରାଜୟ ପରେ ପୁଡୁଚେରୀରେ କଂଗ୍ରେସ ସରକାରର ହେଲା ପତନ

ପୁଡୁଚେରୀ : ଦକ୍ଷିଣ ଭାରତର ଏକ ମାତ୍ର କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଥିବା କଂଗ୍ରେସ ସରକାରର ପତନ ଘଟିଛି । ଆସ୍ଥା ଭୋଟରେ ପରାଜୟ ହେବା ପରେ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମଧ୍ୟ ପ୍ରଦେଶ, କର୍ଣ୍ଣାଟକ ପରେ ଏବେ ପୁଡୁଚେରୀରେ କଂଗ୍ରେସ ପୁଣି ଥରେ ତା’ର ଶାସନ ହରାଇଛି ।

ଆଜି ବିଧାନସଭାରେ ଅନୁଷ୍ଠିତ ଫ୍ଲୋର୍ ଟେଷ୍ଟ୍ରେ ଭି ନାରାୟଣସ୍ୱାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ଅସମର୍ଥ ହେବା କଥା ବାଚସ୍ପତି ଘୋଷଣା କରିବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବୀ କରିଛନ୍ତି । ଆସ୍ଥା ଭୋଟରେ ପରାଜିତ ହେବା ପରେ ନାରାୟଣସ୍ୱାମୀ ତାଙ୍କ ମନ୍ତ୍ରୀମାନଙ୍କ ସହ ବାହାରକୁ ଚାଲିଯାଇଥିଲେ ।

PUDUCHERY

ଇସ୍ତଫା ଦେଇଥିବା ବିଧାୟକଙ୍କୁ ଭୋଟର ସୁବିଧାବାଦୀ କହିବେ ଓ ସେ ଆଉ ଥରେ ଭୋଟରଙ୍କ ପାଖକୁ ଯାଇ ପାରିବେ ନାହିଁ । ତେଣୁ ଦଳ ପ୍ରତି ବିଶ୍ୱାସୀ ରହିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଥିଲେ ମଧ୍ୟ ଆସ୍ଥା ଭୋଟରେ ନାରାୟଣସ୍ୱାମୀଙ୍କୁ ହାରିବାକୁ ପଡ଼ିଥିଲା । ସରକାର ପତନ ପରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସର ସଂସ୍ଥାପକ ରଙ୍ଗସ୍ୱାମୀ କହିଥିଲେ ଯେ କଂଗ୍ରେସ ତା’ର ବିଧାୟକଙ୍କୁ ଆୟତ୍ତ କରିବାରେ ବିଫଳ ହୋଇଛି ଯେଉଁଥିପାଇଁ ସରକାର ପତନ ଘଟିଲା ।

ଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଏଲ୍-ଜି କିରଣ ବେଦୀ ପୁଡୁଚେରୀରେ ଶାସନ କ୍ଷମତାରେ ଥିବା କଂଗ୍ରେସ-ଡିଏମ୍କେ ସରକାର ପାଇଁ ଅନେକ ଅସୁବିଧା ସୃଷ୍ଟି କରିଛନ୍ତି ବୋଲି ରାଜ୍ୟର ସାମାଜିକ କଲ୍ୟାଣ ମନ୍ତ୍ରୀ କାନ୍ଦାସାମୀ ଏକ ଭିଡିଓ ଜାରି କରି କହିଥିଲେ । ତେବେ ବିଜେପି କିପରି ସରକାରକୁ ପତନ କରି ପୁଡୁଚେରୀବାସୀଙ୍କୁ ଠକିଛନ୍ତି ସେ ସମ୍ପର୍କରେ ଏବେ କଂଗ୍ରେସ ତା’ର ନିର୍ବାଚନ ଇସ୍ତାହାର କରିବ ବୋଲି ଯୋଜନା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.