Below header

୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ମିଳିଲା

କେନ୍ୟୁଜ୍(ବ୍ୟୁରୋ):  ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିରେ ପ୍ରାଶସନିକ ବ୍ୟୟ ନିମନ୍ତେ ୮୫ ହଜାର କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ ପାଇଁ ୭୫ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି ଟଙ୍କା ଓ ସ୍ଥାନୀୟ ନିକାୟ ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯୫୦ କୋଟି ଟଙ୍କା ରହିଛି । ବ୍ୟୟ ପାଇଁ ୧ ଲକ୍ଷ ୨୫ ହଜାର ୬ଶହ କୋଟି ଟଙ୍କା ରାଜସ୍ୱ ପ୍ରାପ୍ତିରୁ ଆସିବ। ନିଟ୍ ଋଣ ପରିମାଣ ରହିବ ୧୮ ହଜାର ୪୬୫ କୋଟି ଟଙ୍କା। କାଳିଆ ଯୋଜନା ପାଇଁ ମୋଟ ୧ ହଜାର ୮ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ସହିତ କାଳିଆ ଯୋଜନାର ହିତାଧିକାରୀମାନଙ୍କ ସନ୍ତାନମାନଙ୍କ ପାଇଁ କାଳିଆ ମେଧାବୃତ୍ତି ପ୍ରଦାନ କରାଯିବ ।

ମୋଟ ବ୍ୟୟ ବରାଦ – ୧, ୭୦, ୦୦୦କୋଟି ଟଙ୍କା, ଏଥିରୁ କେଉଁ କ୍ଷେତ୍ରରେ କେତେ ଖର୍ଚ୍ଚ ହେବ ନଜର ପକାନ୍ତୁ:

  • ବିହନ ପାଇଁ ୧୦୦ କୋଟି ଏବଂ ସାର ପାଇଁ ୧୦୦କୋଟି ଅତିରିକ୍ତ ପାଣ୍ଠି ରଖାଯାଇଛି।
  • ପୁରୀର ବିକାଶ ପାଇଁ ଅବଢ଼ା ଯୋଜନାରେ ୫୪୨କୋଟିର ବ୍ୟୟବରାଦ।

     

  • ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ବାସ୍ଥ୍ୟବୀମା ପାଇଁ ୯୧୬୪ କୋଟିର ବ୍ୟୟ ପ୍ରସ୍ତାବ।
  • ଉଦ୍ୟାନ କୃଷି ବିକାଶ ପାଇଁ ୧୩୨କୋଟିର ବ୍ୟୟବରାଦ।
  • ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦କୋଟି ବ୍ୟୟବରାଦ।
  • କୃଷି ବଜେଟ ପାଇଁ ମୋଟ ୧୭,୪୬୮କୋଟି ଟଙ୍କାର ବ୍ୟୟବରାଦ।
  • ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ୧୩୫ କୋଟିର ବ୍ୟୟ ପ୍ରସ୍ତାବ।
  • ମନରେଗାରୁ ୧୯୬୬କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ କରାଯିବ।
  • ଏସିବିକୁ ଏମ୍ସ ପ୍ଲସ ଇନଷ୍ଟିଚ୍ୟୁଟରେ ପରିଣତ କରିବାକୁ ୩୫୦୦କୋଟି ବ୍ୟୟ ପ୍ରସ୍ତାବ।
  • ଏକାମ୍ର କ୍ଷେତ୍ର ପାଇଁ ୨୦୦ କୋଟି ଏବଂ ସମଲେଇ କ୍ଷେତ୍ର ପାଇଁ ୨୦୦କୋଟି ଟଙ୍କା ବ୍ୟୟବରାଦ।
  • ରାଉରକେଲାରେ  ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦କୋଟିର ବ୍ୟୟବରାଦ।
  • ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଲାଗି ୫୧ କୋଟିର ବ୍ୟୟ ପ୍ରସ୍ତାବ।
  • ମଧୁବାବୁ ପେନସନ ଯୋଜନାରେ ୧ ହଜାର ୯ କୋଟି ଟଙ୍କାର ପ୍ରସ୍ତାବ।
  • ଐତିହ୍ୟସ୍ଥଳୀର ସୁରକ୍ଷାୟ ଓ ସଂରକ୍ଷଣ ପାଇଁ ୮ କୋଟିର ବ୍ୟୟ ବରାଦ।
  • ମୋ ସ୍କୁଲ ଯୋଜନା ପାଇଁ ୨୫୩ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ।
  • ମୋ କଲେଜ ଯୋଜନା ପାଇଁ ୭ କୋଟିର ବ୍ୟୟ ବରାଦ।
  • କଳାହାଣ୍ଡି ଓ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ମୋଟ ୨୨୫୮କୋଟି ଟଙ୍କା ବ୍ୟୟବରାଦ।
  • ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦କୋଟି ବ୍ୟୟବରାଦ।
  • ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟିର ବ୍ୟୟବରାଦ।
  • ପଶୁଙ୍କୁ ଚିକିତ୍ସା ପାଇଁ ପଶୁ ହେଲପ ଲାଇନ ନମ୍ବର ସେବା ଆରମ୍ଭ ହେବ। ଏହା ସହ ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

 

  • ଗଭୀର ନଳକୂପ ଖନନ ପାଇଁ ୩୮୯କୋଟି ଟଙ୍କା ବ୍ୟୟବରାଦ।
  • ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭କୋଟିର ବ୍ୟୟବରାଦ।
  • ଅଚଳ ଉଠା ଜଳସେଚନ ପଏଣ୍ଟର  ପୁନରୁଦ୍ଧାର ପାଇଁ ୧୬୦କୋଟିର ବ୍ୟୟ ବରାଦ।
  • ବିପର୍ଯ୍ୟୟରେ ତ୍ବରିତ କ୍ଷତିପୂରଣ ପାଇଁ ୫୬୦କୋଟିର ବ୍ୟୟବରାଦ।
  • ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫କୋଟିର ବ୍ୟୟବରାଦ।
  • ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦କୋଟିର ବ୍ୟୟବରାଦ।
  • ଓମ୍ବାଡସି ଓ ଡିଏମଏଫରୁ କୃଷି କ୍ଷେତ୍ରରେ ୪୪୭କୋଟି ବିନିଯୋଗ।
  • ସହରଗୁଡିକୁ ନିର୍ମଳ ରଖିବାକୁ ୩ ଶହ ୯୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ
  • ଅର୍ବାନ ସ୍ୱରେଜ ପ୍ରକଳ୍ପ ପାଇଁ ୧ ଶହ ୬୦ କୋଟି ଟଙ୍କା ବ୍ୟୟବରାଦ।
  • ଅର୍ବାନ ସାନିଟେସନ ପ୍ରକଳ୍ପ ପାଇଁ ୧ ଶହ ୯୦ କୋଟି ଟଙ୍କାର ପ୍ରସ୍ତାବ।
  • ସ୍ୱଚ୍ଛ ଭାରତ ମିଶନ ଅଧିନରେ ଗ୍ରାମାଞ୍ଚଳକୁ ୨ ଶହ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ।
  • ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ୨ ଶହ ୧୫କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.