କ୍ୟାନସର ସହ ଲଢ଼ୁଛନ୍ତି ରାଖୀ ସାଓ୍ଵନ୍ତଙ୍କ ମାଆ, ଶେୟାର କରିଥିବା ଫଟୋ ଦେଖିଲେ ଆପଣ ବି ହୋଇଯିବେ ଭାବୁକ
ବିଗ୍ ବସ୍ ୧୪ ସରିଯାଇଛି। ଘରୁ ବାହାରିବା ପରେ ସମସ୍ତ ପ୍ରତିଯୋଗୀ ସେଲିବ୍ରେଶନ ମୁଡ୍ରେ ଅଛନ୍ତି। କିନ୍ତୁ ରାଖୀ ସାଓ୍ଵନ୍ତ ନିଜ ବ୍ୟକ୍ତିଗତ ଜୀବନରେ କଷ୍ଟକୁ ସାମ୍ନା କରୁଛନ୍ତି। ରାଖୀଙ୍କ ମା’ ଜୟା ସାଓ୍ଵନ୍ତ ବର୍ତ୍ତମାନ କ୍ୟାନସର ସହ ଲଢ଼ୁଛନ୍ତି। ରାଖୀ ନିଜ ଇନ୍ଷ୍ଟା ଆକାଉଣ୍ଟରେ ମା’ଙ୍କ ଫଟୋ ଶେୟାର କରିଛନ୍ତି। ବିଗ୍ ବିସ୍ ଘରେ ଥିବା ବେଳେ ଅନେକ ଥର ସେ ମା’ଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ। ବିଗ୍ ବସ୍ ମଧ୍ୟ ରାଖୀଙ୍କୁ ତାଙ୍କ ମା’ଙ୍କ ସହିତ ଭିଡିଓ କଲ୍ ମାଧ୍ୟମରେ ମିଳାଇଥିଲା। ସେହି ସମୟରେ ଜୟା ହସ୍ପିଟାଲରେ ଭର୍ତ୍ତି ଥିଲେ। କିନ୍ତୁ ଏବେ ଫଟୋ ଦେଖି ଜଣାପଡ଼ୁଛି, ସେ ଘରକୁ ଚାଲିଆସିଛନ୍ତି।
ରାଖୀ ଦୁଇଟି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ମା’ଙ୍କ କଷ୍ଟ ଦେଖିବାକୁ ମିଳୁଛି। ଏହାସହିତ ରାଖୀ ନିଜ ପ୍ରଶଂସକମାନଙ୍କୁ ପ୍ରାର୍ଥନା କରିବାକୁ କହିଛନ୍ତି। ସେ ଲେଖିଛନ୍ତି କି, ‘ଦୟାକରି, ମୋ ମା’ଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ତାଙ୍କର କ୍ୟାନସର ଚିକିତ୍ସା ଚାଲିଛି’। ରାଖୀଙ୍କ ଏହି ପୋଷ୍ଟରେ ଦେବୋଲିନା ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ଆଣ୍ଟି ଠିକ୍ ହୋଇଯିବେ ରାଖୀ, ତୁମେ ବହୁତ ମଜଭୁତ’। ସେହିପରି ବିଗ୍ ବିସ୍ ପ୍ରତିଯୋଗୀ ଥିବା ପୁନିଶ୍ ଶର୍ମା ଲେଖିଛନ୍ତି, ‘ସେ ସୁପର ଡ୍ରଙ୍ଗ୍। ସେ ବହୁତ ଜଲ୍ଦି ଠିକ୍ ହୋଇଯିବେ’। ଅଭିନେତ୍ରୀ ନଫିସା ଅଲ୍ଲୀ ଲେଖିଛନ୍ତି, ‘ମୋ ପ୍ରାର୍ଥନା ତାଙ୍କ ପାଇଁ ଅଛି’।
କହି ରଖୁଛୁ, ରାଖୀ ବିଗ୍ ବସ୍ ୧୪ର ଟପ୍ ୫ରେ ପହଞ୍ଚିବାରେ ସଫଳ ହୋଇଥିଲେ। ଯେତେବେଳେ ତାଙ୍କୁ ୧୪ ଲକ୍ଷ ଟଙ୍କା ନେଇ ଶୋ’ ଛାଡ଼ିବାକୁ ଅଫର୍ ଦିଆଯାଇଥିଲା, ତ ସେ ତୁରନ୍ତ ଟଙ୍କା ନେଇ ଶୋ’ ଛାଡ଼ି ଦେଇଥିଲେ। ରାଖୀ କହିଥିଲେ କି, ତାଙ୍କ ମା’ଙ୍କର ଚିକିତ୍ସା ଚାଲିଛି। ଏହି ସମୟରେ ତାଙ୍କୁ ଟଙ୍କାର ବହୁତ ଆବଶ୍ୟକତା ରହିଛି, ଯଦ୍ଦ୍ଵାରା ତାଙ୍କୁ ସାହାଯ୍ୟ ମିଳିପାରିବ।
View this post on Instagram