ଯାଜପୁର: ପୁଣି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ମୃତ

ଯାଜପୁର(କେନ୍ୟୁଜ୍):  ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କୁଆଖିଆ ଓଭର ବ୍ରିଜ ଉପରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ଫଳରେ ଆମ୍ବୁଲାନ୍ସର ଡ୍ରାଇଭର ସମେତ ଜଣେ କର୍ମଚାରୀ ମୃତ। ମୃତ ଡ୍ରାଇଭର ମାନସ ରଞ୍ଜନ ସିଂ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ମୃତ କର୍ମଚାରୀଙ୍କ ପରିଚୟ ମିଳିପାରିନାହିଁ।

ରୋଗୀ ଛାଡି ଫେରୁଥିବା ସମୟରେ ଏକ ଟ୍ରକ ପଛପଟେ ଆମ୍ବୁଲାନ୍ସଟି ଧକ୍କା ଦେଇଥିବା ସୁଚନା। ଘରୋଇ ହସ୍ପିଟାଲର ଏହି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ କୁଆଖିଆ ପୋଲିସ ପହଂଚି ମୃତଦେହକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.