ଘୋଷଣା ହେଲା  ୬୭ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ୨୦୧୯, ‘ଛିଛୋରେ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର

କେନ୍ୟୁଜ୍(ବ୍ୟୁରୋ): ୨୦୧୯ ପାଇଁ ଘୋଷଣା ହୋଇଛି ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । କଳା ଓ ସଂସ୍କୃତି ବର୍ଗରେ ଓଡ଼ିଆ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ପୁରସ୍କାର ମିଳିଛି । ଆଶୁତେଷ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଯାତ’କୁ ଜାତୀୟ ପୁରସ୍କାର ମିଳିଛି । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲା ବୁଢାର ବଦ୍‌ଲା’ ଏବଂ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ‘କାଲିର ଅତୀତ’ ମନୋନୀତ ହୋଇଛନ୍ତି । ସେପଟେ ସୁଶାନ୍ତ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଆୱାର୍ଡ ମିଳିଛି ।

ସେହିପରିି କଙ୍ଗନା ରନାୱତଙ୍କୁ ଫିଲ୍ମ ପଙ୍ଗା ଏବଂ ମଣିକର୍ଣ୍ଣିକା ପାଇଁ ଶ୍ରେଷ୍ଟ ଅଭିନେତ୍ରୀ ପୁରସ୍କାର ମିଳିଛି । ଭୋଷଲେ ଫିଲ୍ମ ପାଇଁ ମନୋଜ ବାଜପେୟୀ ଏବଂ ଫିଲ୍ମ ଅସୁରନ୍‌ ପାଇଁ ଧନୁଷଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି । ସେହିଭଳି ବିଜୟ ସେତୁପତିଙ୍କୁ ଫିଲ୍ମ ‘ସୁପର ଡିଲକ୍ସ’ ପାଇଁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ମିଳିଛି । ସେହିପରି ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ଫିଲ୍ମ ‘ଦ ତାସ୍କେଣ୍ଟ ଫାଇଲ୍ସ’ ପାଇଁ ପଲ୍ଲଭୀ ଯୋଶୀଙ୍କୁ ପୁରସ୍କୃତ କରାଯାଇଛି ।

ଫିଲ୍ମ ସୁଟିଂ ପାଇଁ ସିକ୍କିମକୁ ପ୍ରିୟ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ସୋହିନୀ ଚଟ୍ଟୋପାଧ୍ୟାୟଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ପୁରସ୍କାର ମିଳିଛି । ଶ୍ରେଷ୍ଠ ପୁରୁଷ ପ୍ଲେବ୍ୟାକ୍‌ ସିଙ୍ଗର ପୁରସ୍କାର ବି. ପରାକଙ୍କୁ ତାଙ୍କ ଫିଲ୍ମ ‘କେଶରୀ’ର ତେରି ମିଟ୍ଟି ଗୀତ ପାଇଁ ମନୋନିତ କରାଯାଇଛି । ସେହିପରି ମରାଠି ଫିଲ୍ମ ‘ବାର୍ଦୋ’ ଗୀତ ରାନ୍‌ ପିତଲ ପାଇଁ ସାଭନୀ ରବିନ୍ଦ୍ରାଙ୍କୁ ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍‌ ସିଙ୍ଗର ପୁରସ୍କୃତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.