ହୋଲିରେ ଘରକୁ ଅତିଥି ଆସିବେ। ଏମିତିରେ ତାଙ୍କ ମୁହଁ ମିଠା କରି ହୋଲି ରଙ୍ଗ ଲଗାନ୍ତୁ। ଆପଣ ହୋଲି ପାର୍ଟିରେ କିଛି ମିଠା ବନାଇବାକୁ ଚାହୁଁଥିଲେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକଦମ୍ ନୂଆ ରେସିପି। ଆମେ ଆଜି ଆପଣଙ୍କୁ କହିବୁ ଆଳୁ ଜିଲାପୀ ବିଷୟରେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- ଆଳୁ – ତିନୋଟି ରୁ ଚାରୋଟି
- ଦହି – ଏକ କପ୍
- ଆରୋରୁଟ୍ – ଏକ କପ୍
- ଚିନି – ଏକ କପ୍
- କେସର – ଛୋଟ ଚାମଚ
- ଅଳେଇଚ ପାଉଡର – ଦୁଇ ଛୋଟ ଚାମଚ
- ଗୋଲାପ ଜଳ – ଏକ ବଡ ଚାମଚ
- ଘିଅ – ଛାଣିବା ପାଇଁ
ପ୍ରସ୍ତୁତି ପ୍ରଣାଳୀ
ଆଳୁ ଜିଲାପି ବନାଇବା ପାଇଁ ପ୍ରଥମେ କେସରକୁ ଗୋଲାପ ଜଳରେ ଘାଣ୍ଟି ଦିଅନ୍ତୁ। ଏହାପରେ ଚିନି ସିରା ବନାଇ କେସର ଏବଂ ଅଳେଇଚ ମିଶାଇ ଅଲଗା ରଖିଦିଅନ୍ତୁ। ଏବେ ସିଝା ହୋଇଥିବା ଆଳୁର ଚୋପା ଛଡାଇ ତାକୁ ଚକଟି ଦିଅନ୍ତୁ। ଏଥିରେ ଦହି ଏବଂ ଆରୋରୁଟ୍ ମିଶାଇ ରଖନ୍ତୁ। ଜିଲାପୀ ଘୋଳ ଭଳି ଏହାର ଘୋଳକୁ ବି ପ୍ରସ୍ତୁତ କରିନିଅନ୍ତୁ। ଏବେ ତେଲ ଗରମ କରି ଜିଲାପୀକୁ ଛାଣି ଦିଅନ୍ତୁ। ଏହାପରେ ଏହାକୁ ଚିନି ସିରାରେ ପାଞ୍ଚ ରୁ ସାତ ମିନିଟ୍ ପର୍ଯ୍ୟନ୍ତ ବୁଡାଇ ପ୍ଲେଟକୁ କାଢ଼ି ସର୍ଭ କରନ୍ତୁ।