ଦାଗହୀନ ତ୍ୱଚା ଚାହୁଁଛନ୍ତି ଯଦି ଲଗାନ୍ତୁ ଜିରାର ଏହି ଖାସ୍ ସ୍କ୍ରବ୍, ଜାଣନ୍ତୁ ବନାଇବାର ବିଧି
ସବୁ ମହିଳା ଚାହାନ୍ତି କି, ତାଙ୍କ ତ୍ୱଚା ଦାଗହୀନ ଏବଂ ଚମକଦାର ରହୁ। ଏଥିପାଇଁ ସେମାନେ କେତେକ ଘରୋଇ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ତ୍ୱଚାକୁ ସଫା ତଥା ଦାଗହୀନ ରଖିବା ପାଇଁ ସ୍କ୍ରବ୍ କରିବା ବହୁତ ଜରୁରୀ ହୋଇଥାଏ। ସ୍କ୍ରବ୍ ତ୍ୱଚାର ମଇଳାକୁ ସଫା କରିଥାଏ। ଏମିତିରେ ବଜାରରେ ଅନେକ ପ୍ରକାରର ସ୍କ୍ରବ୍ ମିଳିଥାଏ। ଆପଣଙ୍କୁ ବଜାରରୁ ଏହି ସବୁ ସ୍କ୍ରବ୍ କିଣିବାର କୌଣସି ଆବଶ୍ୟକତା ନାହିଁ। ଆପଣ ଚାହିଁଲେ ଘରେ ବି ସ୍କ୍ରବ୍ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଜିରା ଦରକାର ହେବ। ଆସନ୍ତୁ ଜାଣିବା କିପରି ବନାଇବା ଜିରାର ସ୍କ୍ରବ୍।
ଆବଶ୍ୟକ ସାମଗ୍ରୀ
-ପେସା ହୋଇଥିବା ଜିରା/ ଜିରା ଗୁଣ୍ଡ
-ମହୁ ୧ ଚାମଚ
-ବାଦାମ ତେଲ ୧ ଚାମଚ
ଲଗାଇବାର ବିଧି
ସମସ୍ତ ଜିନିଷକୁ ଏକାଠି ମିଶାଇ ଦିଅନ୍ତୁ। ଏହାପରେ ସ୍କ୍ରବ୍କୁ ହାତରେ ନିଅନ୍ତୁ ଏବଂ ପୂରା ଚେହେରାରେ ଲଗାନ୍ତୁ। ଚେହେରାକୁ ହାଲୁକା ହାତରେ ପାଖାପାଖି ୩ରୁ ୪ ମିନିଟ୍ ପର୍ଯ୍ୟନ୍ତ ମସାଜ କରନ୍ତୁ। ଏହାପରେ ଚେହେରାକୁ ପାଣିରେ ଧୋଇ ନିଅନ୍ତୁ। ଏବେ ଚେହେରାରେ ଗୋଲାପ ଜଳ ଲଗାନ୍ତୁ।
ଜିରା ସ୍କ୍ରବ୍ର ଫାଇଦା
ଜିରାର ଏହି ସ୍କ୍ରବ୍ ସମସ୍ତ ଟାଇପ୍ ସ୍କିନ୍ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ଏଥିରେ ଯେଉଁ ବି ସବୁ ଜିନିଷ ବ୍ୟବହାର ହୋଇଥାଏ, ତାହା ସବୁ ପ୍ରାକୃତିକ। ଜିରା ସ୍କ୍ରବ୍ ଆପଣଙ୍କ ଚେହେରାରୁ ଡେଡ୍ ସ୍କିନ୍କୁ ହଟାଇବାରେ ଫଳପ୍ରଦ ହେବ। ଏହା ଆପଣଙ୍କ ଚେହେରାର ପୋର୍ସକୁ ଗଭୀରରୁ ସଫା କରିବ। ଖାସ୍ କଥା ହେଉଛି, ଏହି ସ୍କ୍ରବ୍କୁ ଆପଣ ଚେହେରା ଛଡ଼ା ହାତ ଏବଂ ଗୋଡ଼ରେ ମଧ୍ୟ ଲଗାଇ ପାରିବେ। ଜିରା ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟିଫଙ୍ଗଲ ଗୁଣରେ ଭରପୂର ହୋଇଥାଏ। ଏହି କାରଣରୁ ବ୍ରଣ, ତ୍ୱଚା ନାଲି ପଡ଼ିଯିବା, ବ୍ଲାକ୍ ହେଡ୍ସ ସମସ୍ୟାରୁ ବି ଛୁଟକାରା ମିଳିଯାଇଥାଏ।