ଯାଁଳା ଫାଣ୍ଡିରୁ କଙ୍କାଳ ମିଳିବା ଘଟଣାରେ ଏନଏଚଆରସିଙ୍କ ନୋଟିସ୍, ୮ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଯାଁଳା ଫାଣ୍ଡି ପରିସରରେ ଜବତ କାରରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ପୋଲିସ ହାତରେ ଲାଗିଛି ସୁରାକ । ମିଳିଥିବା କଙ୍କାଳ ସ୍ଥାନୀୟ ଅଞ୍ଚଳର ଗୀତା ବାୟାଣୀଙ୍କ ବୋଲି ଚର୍ଚ୍ଚା ହେଉଛି । ୬ ମାସ ହେବ ଗୀତା ବାୟାଣୀଙ୍କ କୌଣସି ପତ୍ତା ନାହିଁ । ଆଜି ମହିଳା ଥାନା ଅଧିକାରୀ ଗୀତାଙ୍କ ଘରକୁ ଯାଇ ତଦନ୍ତ କରିପାରନ୍ତି ।

ଗୀତା ବିଷୟରେ ଅଧିକ ଜାଣିବା ପାଇଁ ପରିବାର ଲୋକଙ୍କୁ ପଚାଉଚରା ହୋଇପାରେ । ଏହା ସହ ପରିବାର ଲୋକଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଆବଶ୍ୟକ ପଡ଼ିଲେ ଡିଏନ୍‌ଏ ଟେଷ୍ଟ ପାଇଁ ପରିବାର ଲୋକଙ୍କ ଅନୁମତି ନେଇ ନମୁନା ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରିବ ପୋଲିସ । ଦୀର୍ଘ ବର୍ଷ ହେବ ଗୀତା ଘର ଛାଡି ବାହାରେ ରହୁଥିଲେ । ଖାଦ୍ୟ ଅଭାବରୁ ସେ ରୋଗୀଣା ହୋଇଯାଇଥିଲେ । ତାଙ୍କ ବୟସ ୪୫ରୁ ୫୦ ବର୍ଷ ମଧ୍ୟରେ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହା ସହ ପୋଲିସ ଜାରି କରିଥିବା ଫଟୋର ଗୀତା ବେହେରା ସହ କିଛିଟା ସାମଞ୍ଜସ୍ୟ ରହିଥିବା କୁହାଯାଉଛି ।

ଅନ୍ଯପଟେ ଏହି ଘଟଣାରେ ଏନଏଚଆରସିଙ୍କ ନୋଟିସ। ପୋଲିସ ଡିଜିଙ୍କୁ ନୋଟିସ୍‌ ଜାରି କଲେ ଜାତୀୟ ମାନବାଧିକାର କମିଶନ। ୮ ସପ୍ତାହ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାଁଳା ଫାଣ୍ଡିରୁ କଙ୍କାଳ ମିଳିବା ଘଟଣାରେ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହେବା ପରେ କମିସନ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୧୨ ତାରିଖରେ ଯାଁଳା ଫାଣ୍ଡି ପରିସରରେ ଥିବା ଏକ ଜବତ ଗାଡ଼ିରୁ ନରକଙ୍କାଳ ଉଦ୍ଧାର ହୋଇଥିଲା। ପରେ ମହିଳାଙ୍କ କଙ୍କାଳ ଜବତ ଘଟଣାରେ ପୋଷ୍ଟର ଲଗାଇଥିଲା କମିସନରେଟ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.