ଏହି ଷ୍ଟାଇଲରେ ବନାନ୍ତୁ କଞ୍ଚା ଲଙ୍କା ପକୁଡ଼ି, ମିଳିବ ପୂରା ବଜାର ଭଳି ଟେଷ୍ଟ

ରାଗ ଓ ଚଟ୍‌ପଟା ଖାଇବାକୁ ଭଲ ପାଉଥିବା ଲୋକମାନେ ବେଶ୍‌ ଖୁସିରେ ଲଙ୍କା ପକୁଡ଼ି ଖାଇଥାନ୍ତି। କିନ୍ତୁ ପ୍ରାୟତଃ ଲୋକମାନେ ଘରେ ଲଙ୍କାର ପକୁଡ଼ି ତିଆରି କରିବା ବେଳେ କେତେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କାରଣ ଠିକ୍‌ ଶୈଳୀରେ ତିଆରି କରିବା ଜାଣିନଥିବାରୁ ପକୁଡ଼ି ବଜାର ଭଳି ବନି ନଥାଏ। ତେବେ ଆସନ୍ତୁ ତିଆରି କରି ଶିଖିବା ବଜାର ଭଳି ଲଙ୍କା ପକୁଡ଼ି…

ଆବଶ୍ୟକୀୟ ସାମଗ୍ରୀ:

୩ କପ୍‌ ବେସନ, ୬-୭ଟି କଞ୍ଚା ଲଙ୍କା, ରିଫାଇନ୍‌ ତେଲ, ଆବଶ୍ୟକ ମୁତାବକ ପାଣି, ଜୁଆଣି, ଲାଲ ଲଙ୍କା ଗୁଣ୍ଡ, ଲୁଣ, ହଳଦୀ, ହେଙ୍ଗୁ, ଚାଉଳ ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

ଗୋଟେ ପାତ୍ରରେ ବେସନ ଓ ଚାଉଳ ଗୁଣ୍ଡ ଗୋଳାଇ ଦିଅନ୍ତୁ। ଏଥିରେ ଲାଲ ଲଙ୍କା ଗୁଣ୍ଡ, ହେଙ୍ଗୁ, ହଳଦୀ ଓ ସ୍ୱାଦାନୁସାରେ ଲୁଣ ପକାନ୍ତୁ। ଏବେ ଏହି ମିଶ୍ରଣରେ ଅଧ ଚାମଚ ତେଲ ପକାଇ ପେଷ୍ଟ ତିଆରି କରନ୍ତୁ। ବର୍ତ୍ତମାନ କଞ୍ଚା ଲଙ୍କାର ମଝିକୁ ଛୁରୀରେ ଚିରି ମଞ୍ଜି ବାହାର କରି ଦିଅନ୍ତୁ। ଏବେ ଏହା ଉପରେ ଲାଲ ଲଙ୍କା ଗୁଣ୍ଡ ଓ ଲୁଣ ମିଶାଇ ଲଗାଇ ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇ ଆସିଲେ ସେଥିରେ ଲଙ୍କାକୁ ବେସନ ମିଶ୍ରଣରେ ଧୀମା ଆଞ୍ଚରେ ଧୀରେ ଧୀରେ ଛାଣନ୍ତୁ। ଭଲ ଭାବେ ଛାଣି ହୋଇଗଲେ ପାତ୍ରକୁ କାଢ଼ି ପରଷନ୍ତୁ କଞ୍ଚା ଲଙ୍କା ପକୁଡ଼ି। ଆପଣ ଏହାକୁ ସସ୍‌ ସହ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.