ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ମିଟର ସୁରକ୍ଷା ଜୋନରୁ ପୁଣି ଉଛେଦ କାର୍ଯ୍ୟ ଆରମ୍ଭ

ପୁରୀ: ପୁରୀରେ ପୁଣି ଉଛେଦ ଅଭିଯାନ। ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ମିଟର ସୁରକ୍ଷା ଜୋନରୁ ପୁଣି ଆରମ୍ଭ ହୋଇଛି ଉଛେଦ କାର୍ଯ୍ୟ। ଉତ୍ତର ଦ୍ୱାର ନିକଟରେ ଥିବା ଗୋପାଳ ଭବନରୁ ଉଛେଦ କରାଯାଉଛି।

ଉପଜିଲ୍ଲାପାଳ ଓ ପୋଲିସ ଉପସ୍ଥିତିରେ ଚାଲିଛି ଉଛେଦ ଅଭିଯାନ। ଶାନ୍ତି ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତମାସ ୨୭ ତାରିଖରେ ଶ୍ରୀକ୍ଷେତ୍ର ବିକାଶ ପାଇଁ ବିଧାନସଭାରେ ରାଜ୍ୟ ସରକାର ପାରିତ କରିଥିଲେ ଶ୍ରୀମନ୍ଦିର ପରିକ୍ରମା ଯୋଜନା । ଭକ୍ତ କିପରି ଦିବ୍ୟ ଅନୁଭବ ନେଇ ଫେରିବେ, ତାହା ଆମ ଦାୟିତ୍ୱ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.