କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଧାରଣା

କେନ୍ଦୁଝର(କେନ୍ୟୁଜ୍):କେନ୍ଦୁଝର DRDAରେ କିରାଣୀ ଥିବା ରଘୁନାଥ ନାଏକଙ୍କର ଅସ୍ଵାଭାବିକ ମୃତ୍ୟୁକୁ ନେଇ ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ଘୁଟୁର୍ ଗ୍ରାମବାସୀଙ୍କ ଧାରଣା।  ଗତ ୭ ତାରିଖ ଦିନ ସେ ଅଫସକୁ ଆସି ଆଉ ଘରକୁ ଫେରି ନ ଥିଲେ।  ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ କେହି ଫୋନ୍ ରେ କହିବା ପରେ ପରିବାର ଲୋକ ରଘୁନାଥଙ୍କର ମୁଣ୍ଡରେ ମାଡ଼ ହୋଇଥିବା ଜାଣିବାକୁ ପାଇଥିଲେ ।

ଏହା ପରେ ଗତକାଲି କଟକରେ ତାଙ୍କର ମୃତ୍ୟୁ ଘଟିଗଲା। ହେଲେ ରଘୁନାଥଙ୍କର ମୃତ୍ୟୁର ପ୍ରକୃତ ତଦନ୍ତ ଦାବିରେ ପରିବାର ଲୋକେ ତାଙ୍କ ଶବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଧାରଣାରେ ବସି ରହିଥିଲେ।  ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.