ପାଖଉଛି ପିପିଲି ଉପ-ନିର୍ବାଚନ, ଏସ୍‌ପିଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କଲେ ପୋଲିସ ଓ ବିଏସଏଫ୍‌

ପିପିଲି(କେ.ନ୍ୟୁଜ): ପିପିଲି ଉପ-ନିର୍ବାଚନକୁ ବାକି ରହିଲା ଆଉ ମାତ୍ର ତିନି ଦିନ। ଏଥିପାଇଁ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି ସବୁ ଦଳ। ତେବେ ନିର୍ବାଚନ ପୂର୍ବରୁ ଆଜି ଡେଲାଙ୍ଗରେ ପୋଲିସ ଓ ବିଏସଏଫ୍‌ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ହୋଇଛି ।

ପୁରୀ ଏସ୍‌ପିଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ। ଡେଲାଙ୍ଗ ଅଞ୍ଚଳର ବେଗୁନିଆପଡ଼ା, କୁଆପଦା, ଜଗଦଳପୁରରେ ଫ୍ଲାଗମାର୍ଚ୍ଚ କରାଯାଇଛି। ପିପିଲି ଉପନିର୍ବାଚନରେ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ। ଏଥିସହ ୨୯ ପ୍ଲାଟୁନ OSAP ମଧ୍ୟ ମୁତୟନ ରହିବେ। ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ପିପିଲି ନିର୍ବାଚନ ମଣ୍ଡଳୀକୁ ଏକାଧିକ ଜୋନରେ ବିଭକ୍ତ କରାଯାଇଛି । ପ୍ରତି ଜୋନ ସୁରକ୍ଷା ଦାୟିତ୍ୱର ତଦାରଖ କରିବେ ୨ ଜଣ ଅତିରିକ୍ତ SP, ୩ ଜଣ ଡିଏସପି । ପ୍ରକାଶ ଯେ, ଗତକାଲି ପୋଲିସ ଡିଜି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.