ଗାଈକୁ ଭୁଲରେ ମଧ୍ୟ ଖୁଆନ୍ତୁ ନାହିଁ ଏମିତି ରୁଟି, ନଚେତ କରିପାରନ୍ତି ବରବାଦିର ସାମନା

ହିନ୍ଦୁ ଧର୍ମ ଅନୁସାରେ ଆମ ସମାଜରେ ଗାଈକୁ ମାତାର ସ୍ଥାନ ଦିଆଯାଇଛି। ଆପଣ ଗାଈକୁ ରୁଟି ଖୁଆଇବାର ପରାମ୍ପରା ତ ଶୁଣିଥିବେ। କିନ୍ତୁ ଏଥି ପାଇଁ ଆପଣ ଅଜାଣତରେ ଏମିତି ଅନେକ ଭୁଲ କରିଦିଅନ୍ତି ଯେ ଯେଉଁଥି ଲାଗି ପରେ ସମସ୍ୟାରେ ପଡିପାରନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ଖାସ କଥା କହିବୁ ଯାହାକୁ ଆପଣ ଗାଈକୁ ରୁଟି ଖୁଆଇବା ସମୟରେ ଧ୍ୟାନ ଦେବେ।

ଭଲ ଭାବେ ରଖନ୍ତୁ ଧ୍ୟାନ

-ଯେତେବେଳେ ବି ଆପଣ ଗାଈକୁ ରୁଟି ଖୁଆଉଥିବେ ସେହି ରୁଟି ଯେପରି ବାସି ହୋଇନଥାଏ। କାରଣ ବାସି ରୁଟି ଖୁଆଇବା କାରଣରୁ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

cow roti

-ଗାଈକୁ ରୁଟି ଖୁଆଇବା ଦ୍ବାରା ଆପଣଙ୍କୁ ପୂଣ୍ୟ ତ ମିଳିଥାଏ କିନ୍ତୁ ଯଦି ଆପଣ ଗାଈକୁ ବାସି ରୁଟି ଖୁଆନ୍ତି ତେବେ ପାପର ଭାଗିଦାରୀ ହୋଇପାରନ୍ତି।

ଏହା ସହ ପଢ଼ନ୍ତୁ : କଣ ଆପଣ ମଧ୍ୟ ଦୈନିକ ବିଳମ୍ବିତ ରାତିରେ ଖାଉଛନ୍ତି ଖାଦ୍ଯ, ତେବେ ସାବଧାନ ପରିଣାମ ହୋଇପାରେ ଭୟାନକ

-ଗୋମାତାକୁ ଖାଲି ରୁଟି ଖୁଆଇବା ଉଚିତ ନୁହେଁ। ଏହା ସହିତ ଆପଣ ରୁଟିରେ ସାମାନ୍ୟ ଚିନି କିମ୍ବା ତରକାରୀ ଦେଇ ଖୁଆଇ ପାରିବେ। ଏମିତି କରିବା ଦ୍ବାରା କେବେବି କୌଣସି ସମସ୍ୟାର ସାମନା କରିବାକୁ ପଡିବ ନାହିଁ। ଆପଣ ସବୁବେଳେ ସମସ୍ତ କାର୍ଯ୍ଯରେ ସଫଳ ହେବେ।

-ଅନେକ ଲୋକ ଗାଈର ସେବା କରି ସୁଖ ପ୍ରାପ୍ତି କରିଛନ୍ତି। ଯଦି ଆପଣ ମଧ୍ୟ କୌଣସି ସମସ୍ୟାରେ ଘେରି ହୋଇରହିଛନ୍ତି। ତେବେ ଆପଣ ଗାଈକୁ ରୁଟି ଖୁଆଇବା ଦ୍ବାରା ସବୁ ସମସ୍ୟାର ସମାଧାନ କରିପାରିବେ।

Leave A Reply

Your email address will not be published.