ମଝି ରାସ୍ତାରେ ଭୋ ଭୋ ହୋଇ କାନ୍ଦିଲେ ରାକ୍ଷୀ ସାୱନ୍ତ, ଭିଡିଓ ଭାଇରଲ
ଡ୍ରାମା କୁଇନ ରାକ୍ଷୀ ସାୱନ ଗତ କିଛିଦିନ ହେଲାଣି ନିଜ ମା’ଙ୍କ କ୍ଯାନସରକୁ ବହୁତ ଚିନ୍ତିତ ରହିଥିଲେ। ଏବେ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ମାଆଙ୍କର କ୍ୟାନସର ଅପରେସନ ସଫଳ ହୋଇଛି । ସେ ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାକ୍ଷୀ ଅନେକ ଥର ଟିଭିରେ ଏହି କଥା ଦୋହରାଉ ଥିବାର ନଜର ଆସିଛି।
ରାକ୍ଷୀଙ୍କୁ ସାହାଯ୍ୟ କରିବା ପାଇଁ ସଲମାନ ଖାନ ହାତ ବଢ଼ାଇଥିଲେ ଏବଂ ତାଙ୍କର ମାଆଙ୍କର ଅପରେସନର ପୂରା ବନ୍ଦୋବସ୍ତ କରିଥିଲେ। ମାଆଙ୍କର ଅପରେସନ ପରେ ଏବେ ରାକ୍ଷୀ ମଧ୍ୟ ସମସ୍ତଙ୍କ ସାମନାରେ ସଲମାନ ଖାନ୍ ଓ ସୋହେଲ ଖାନ୍ଙ୍କୁ ଧନ୍ୟବାଦ ଦେଇଛନ୍ତି।
ହସ୍ପିଟାଲରୁ ବାହାରିବା ପରେ ରାକ୍ଷୀ ସାୱନ୍ତ ସାମ୍ୱାଦିକଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ କ୍ୟାମେରା ସାମନାରେ ରାସ୍ତା ମଝିରେ ଆଣ୍ଠେଇ ସଲମାନ ଖାନଙ୍କୁ ଧନ୍ୟବାଦ ଦେଇଥିଲେ । ତାଙ୍କର ଆଖିରେ ଲୁହ ଆସି ଯାଇଥିଲା ।
View this post on Instagram
ରାକ୍ଷୀଙ୍କର ଏହି ଭିଡ଼ିଓ ଏବେ ଭାଇରଲ ହେଉଛି। ଭିଡ଼ିଓରେ ରାକ୍ଷୀ କହୁଛନ୍ତି, ଆଜି ସକାଳେ ମୋର ମାଆଙ୍କର ଅପରେସନ ହୋଇଛି। ମୁଁ ଇନଷ୍ଟାଗ୍ରାମରେ ମାଆଙ୍କର ଟ୍ୟୁମରର ଭିଡ଼ିଓ ମଧ୍ୟ ସେୟାର କରିଛି। ଡାକ୍ତର କହିଛନ୍ତି, ଯଦି ସେ ଶୀଘ୍ର ଆସି ନଥାନ୍ତେ ତ ତାଙ୍କର ବଞ୍ଚିବା ମୁସ୍କିଲ ହୋଇ ଯାଇଥାନ୍ତା ।