ଜାଣନ୍ତୁ, ଭାରତରେ ତାଣ୍ଡବ କରୁଥିବା କରୋନା ଭାଇରସ୍ର ନାମ କ’ଣ
ନୂଆଦିଲ୍ଲୀ : ଭାରତରେ ଏବେ କରୋନାର ଦ୍ୱିତୀୟ ଦଫା ସଂକ୍ରମଣ ଆରମ୍ଭ ହୋଇଛି । ଯାହାକି ପ୍ରଥମ ଦଫା ଠାରୁ ଭୟଙ୍କର ଓ ସଂକ୍ରାମକ । ତେବେ ଆପଣ ଜାଣନ୍ତି କି ଭାରତରେ ତାଣ୍ଡବ ରଚୁଥିବା ଏହି କରୋନା ଭାଇରସ୍ର ନାମ କ’ଣ ? ବୈଜ୍ଞାନିକମାନେ ଏହି ଭାଇରସ୍ର ସ୍ୱରୂପ ଚିହ୍ନଟ କରିଛନ୍ତି । ଏହି କରୋନା ଭାଇରସ ନାମ ହେଉଛି ‘ବି୧.୬୧୭’ ।
ଭାରତରେ ଏବେ ସଂକ୍ରମଣ ପୂର୍ବ ବର୍ଷ ଅପେକ୍ଷା ଦ୍ରୁତ ଗତିରେ ବଢ଼ି ଚାଲିଛି । କରୋନା ଏବେ ବହୁ ରୂପରେ ରୁପାନ୍ତରିତ ହୋଇଛି । ତେବେ ଭାରତରେ ତାଣ୍ଡବ କରୁଥିବା ଏହି କରୋନା ଭାଇରସ ନାମ ହେଉଛି ‘ବି୧.୬୧୭’ । ଏହି ଭାଇରସ୍ ଅଧିକ ମାରାତ୍ମକ । କାରଣ ଏହା ଡବଲ ମ୍ୟୁଟେସନ୍ ରୂପରେ ଆସିଛି । ମହାରାଷ୍ଟ୍ରରେ ଯେଉଁ ଭାଇରସକୁ ଠାବ କରାଯାଇଥିଲା, ସେଥିରୁ ଜଣାପଡ଼ିଛି ଯେ ଏହା ପୂର୍ବ ଭାଇରସର ଠାରୁ ଏହା ଅଲଗା ରୂପ ।
ମ୍ୟୁଟେସନ୍ ଅର୍ଥାତ ସମୟ କ୍ରମେ ଏହା ପ୍ରାକୃତିକ ଭାବେ ତା’ର ସ୍ୱରୂପରେ ପରିବର୍ତ୍ତନ କରିଥାଏ । ବେଳେ ବେଳେ ଏହି ପରିବର୍ତ୍ତନ ଯୋଗୁ ଭାଇରସ୍ ଅଧିକ ଖତରନାକ ହୋଇଯାଇଥାଏ । ଯାହାକି ଏବେ ଭାରତରେ ଦେଖାଦେଇଛି । ଭାରତରେ ଏହି ଭାଇରସ୍ ବି.୧.୬୧୭ ନାମରେ ପରିଚିତ ।
ଭାରତରେ ପ୍ରଥମଥର ଭାଇରସର ଡବଳ ମ୍ୟୁଟେସନ୍ରେ ଏପରି ହୋଇଛି ।
ଏହି ଭାଇରସ ବିଇ ୪୮୪ କ୍ୟୁ ଓ ଏଲ୍ ୪୫୨ ଆର୍ ସହ ସଂଯୁକ୍ତ ହୋଇ ଏହି ନୂଆ ଭାଇରସ ବି.୬୧୭ ନାମକ ନୂଆ ଭାଇରସ୍ ହୋଇଛି । ଏହା ଆମ ଶରୀରର କୋଷଗୁଡ଼ିକୁ ଆକ୍ରମଣ କରିଥାଏ । ଏହାର ସମ୍ପର୍କ ବ୍ରିଟେନ୍ ଓ ସାଉଥ ଆଫ୍ରିକା ଭାଇରସ ସହ ଜଡିତ ରହିଛି । ଏହା ଦ୍ରୁତ ବେଗରେ ସଂକ୍ରମିତ ହେବାରେ ଲାଗିଛି । କେବେ କେବେ ରୋଗ ଗମ୍ଭୀର ହେବା ପରେ ଏହା ଜଣାପଡେ । ଭାରତରେ ଆସିଥିବା ଏହି ଦ୍ୱିତୀୟ ଲହର ୬୦ ଭାଗ ଲୋକଙ୍କ ଠାରେ ଦେଖାଯାଇପାରେ ବୋଲି ଆଶଙ୍କା କରାଯାଉଛି ।