ଯାଜପୁର:ଧର୍ମଶାଳା ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ

ଯାଜପୁର(କେନ୍ୟୁଜ୍):  ଯାଜପୁର ଜିଲ୍ଲା ଧର୍ମଶାଳା ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ କୋଭିଡରେ ସଂପୃକ୍ତ ରୋଗୀଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ମୃତକ ହେଲେ ଜେନାପୁର ଅଂଚଳର ଶିକ୍ଷକ ଗଣେଶ୍ୱର ବେହେରା । କିଛି ଦିନ ତଳେ ଗଣେଶ୍ୱରଙ୍କୁ ଜ୍ୱର ହୋଇଥିବା ବେଳେ ସେ ଧର୍ମଶାଳା ଡାକ୍ତରଖାନାକୁ ଆସି କୋଭିଡ ଟେଷ୍ଟ କରାଇଥିଲେ । ଏପରିକି ପରିବାର ଲୋକଙ୍କର ମଧ୍ୟ ଟେଷ୍ଟ ହୋଇଥିଲା ।

ଆଂଟିଜେନ ଟେଷ୍ଟରୁ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଆଜି ହଠାତ ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ପରିବାର ଲୋକେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଂଟିଜେନ ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଆରଟିପିସିଆର ଟେଷ୍ଟରେ ପଜିଟିଭ ଆସିଛି । କିନ୍ତୁ ପରିବାର ଲୋକେ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ଡାକ୍ତରଖାନା କର୍ତୃପକ୍ଷ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.