କରୋନାକୁ ମାତ୍‌ ଦେବ ଋଷ ଟିକା, ମେ’୧ ରେ ଭାରତରେ ପହଞ୍ଚିବ ସ୍ପୁଟ୍‌ନିକ୍‌-ଭି

କରୋନାକୁ ମାତ୍‌ ଦେବ ଋଷ ଟିକା । ମେ’ ୧ ତାରିଖରେ ଭାରତରେ ପହଞ୍ଚିବ ସ୍ପୁଟନିକ-ଭି ଡୋଜ୍‌। ଏ ନେଇ ଋଷିଆ ପ୍ରତ୍ୟକ୍ଷ ବିନିବେଶ ପାଣ୍ଠିର ମୁଖ୍ୟ କ୍ରିଲ ଡିମିଟ୍ରିଭ ସୂଚନା ଦେଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ କେତେ ପରିମାଣର ସ୍ପୁଟନିକ-ଭି ଟିକା ଆସିବ ସେ ନେଇ ଏବେ ଯାଏଁ କୌଣସି ସୂଚନା ମିଳିନାହିଁ। ଭାରତରେ କରୋନା ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଋଷ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ଭାରତରେ ସ୍ପୁଟନିକ-ଭିର ଉତ୍ପାଦନ କରୁଛି ହାଇଦ୍ରାବାଦର ଡାକ୍ତର ରେଡ୍ଡୀ ଲ୍ୟାବ୍। ଏହି ଟିକାର ଗୋଟିଏ ଡୋଜର ମୂଲ୍ୟ ପ୍ରାୟ ୭୫୦ ଟଙ୍କା ରହିବ। ପ୍ରଥମ ପର୍ଯ୍ୟାୟରେ ଭାରତକୁ ଆମଦାନୀ ହେଉଥିବା ଟିକା ଘରୋଇ ମାର୍କେଟକୁ ଦିଆଯିବ। ବିଶ୍ୱରେ ବର୍ତ୍ତମାନ ସ୍ପୁଟନିକ ଭି କରୋନା ଟିକାର ଡୋଜ ପିଛା ଦାମ ୧୦ ଡଲାର ରହିଛି। ଭାରତରେ ମଧ୍ୟ ଏହା ସମାନ ଦରରେ ବିକ୍ରି ହେବ। ଟିକାର ଜରୁରୀ ବ୍ୟବହାର ପାଇଁ କେନ୍ଦ୍ର ସରକାର ଏପ୍ରିଲ ୧୯ରୁ ଅନୁମତି ଦେଇ ସାରିଛନ୍ତି।

ସ୍ପୁଟନିକ-ଭିକୁ କୋଭିସିଲଡ ଓ କୋ-ଭାକସିନ ତୁଳନାରେ ଅଧିକ ପ୍ରଭାବଶାଳୀ ବୋଲି କୁହାଯାଉଛି। ଋଷର ଗମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦାବି କରିଛି ଯେ ସ୍ପୁଟନିକ-ଭି ୯୧.୬ ପ୍ରତିଶତ ପ୍ରଭାବୀ ଥିବା ବେଳେ କୋଭିସିଲଡକୁ ୮୦ ପ୍ରତିଶତ ଓ କୋ-ଭାକସିନକୁ ୮୧ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.