ବିବାହ କଲେ ସୁଗନ୍ଧା ମିଶ୍ରା ଓ ସଙ୍କେତ ଭୋସଲେ, ଦେଖନ୍ତୁ ଫଟୋ

କମେଡିଆନ ସୁଗନ୍ଧା ମିଶ୍ରା ଓ ସଙ୍କେତ ଭୋସଲେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୨୬ ଏପ୍ରିଲରେ ଦୁହେଁ ଜଳନ୍ଧରର କ୍ଲବ କବାନାରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ସୁଗନ୍ଧାଙ୍କ ସାଙ୍ଗ ତଥା ନିର୍ମାତା ପ୍ରୀତି ସିମୋନ୍ସ ବିବାହ ଫଟୋ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ପୋଷ୍ଟ କରିଛନ୍ତି। କରୋନା ମହାମାରୀ କାରଣରୁ ବିବାହରେ କେବଳ ନିକଟତମ ଲୋକ ହିଁ ସାମିଲ ହୋଇଥିଲେ। ଗତ ସନ୍ଧ୍ୟାରେ ସଙ୍କେତ ବରଯାତ୍ରୀ ଧରି ପହଞ୍ଚିଥିଲେ। ଏହାପରେ ବିବାହ ରୀତିନୀତିରେ ସମ୍ପନ୍ନ ହୋଇଥିଲା।

ସୁଗନ୍ଧା ନିଜ ଇନ୍‌ଷ୍ଟାଗ୍ରାମରେ ମେହେନ୍ଦୀ ସେରିମନିର କେତେକ ଫଟୋ ପୋଷ୍ଟ କରିଛନ୍ତି। ଏହି ସମୟରେ ସେ ସବୁଜ ରଙ୍ଗର ଲେହେଙ୍ଗା ସହିତ ହେଭି ଜୁଏଲେରୀ କ୍ୟାରି କରିଥିଲେ। ସଙ୍କେତ ବି ମେହେନ୍ଦୀ ସେରିମନିର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହା ଭିଡିଓ କଲ୍‌ ସମୟର ରେକର୍ଡିଂ। ସୁଗନ୍ଧା ଓ ସଙ୍କେତ ଦୁହେଁ ପରସ୍ପରକୁ ମେହେନ୍ଦୀ ଦେଖାଉଛନ୍ତି। ସଙ୍କେତ କ୍ୟାପସନରେ ଲେଖିଛନ୍ତି, ‘ମେହେନ୍ଦୀ ଲଗା କେ ରଖନା’।

ସଙ୍କେତ ଓ ସୁଗନ୍ଧା ଇନଷ୍ଟାଗ୍ରାମରେ ରୋମାଣ୍ଟିକ ଫଟୋ ଶେୟାର କରି ନିର୍ବନ୍ଧର ସୂଚନା ଦେଇଥିଲେ। ସୁଗନ୍ଧା ନିଜ ପୋଷ୍ଟର କ୍ୟାପସନରେ ଲେଖିଥିଲେ, ‘ହମେଶା ଏକ୍‌ ସାଥ୍‌’। ସେପଟେ ସଙ୍କେତ ବି ନିଜ ପୋଷ୍ଟରେ ଲେଖିଥିଲେ, ‘ମୋତେ ସୁଗନ୍ଧା ମିଶ୍ରା ରୂପରେ ମୋ ସନଶାଇନ୍‌ ମିଳିଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.