Below header

ଅକ୍ସିଜେନ ପରେ ଏବେ ଆମ୍ବୁଲାନ୍ସ ଅଭାବ, ଗୋଟିଏ ଆମ୍ବୁଲାନ୍ସରେ ୨୨ଟି ଶବ ଭର୍ତ୍ତି କରି ନିଆଗଲା ସ୍ମଶାନ

ଏ ଅଦୃଶ୍ୟ ରୋଗ କରୋନା ଏମିତି କାୟା ବିସ୍ତାର କଲାଣି ଯେ ମଣିଷ ବୁଝୁନି ସମ୍ପର୍କର ମୂଲ୍ୟ। ଏହି ମହାମାରୀର ମୁକାବିଲା ପାଇଁ ଏବେ ସାରା ଦେଶ ଲଢୁଛି ମାତ୍ର ଏହି ମାହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି। ଉଜାଡି ଦେଉଛି ସଂସାର, କେଉଁଠି ବାପା ଅ।ଗରେ ପୁଅ ଚାଲିଯାଉଛି ତ ଅ।ଉ କେଉଁଠି ନବବିବାହିତା ସ୍ତ୍ରୀ ଅ।ଗରେ ତା ସ୍ୱାମୀ, କେଉଁ ପିଲା ବାପ ଛେଉଣ୍ଡ ହେଉଛି ତ ଅ।ଉ କେଉଁଠି ଲୋକେ ତାଙ୍କ ପ୍ରିୟଜନଙ୍କୁ ହରାଉଛନ୍ତି। ବେଶ କିଛି ଦିନ ହେବ ଏହିଭଳି ଅନେକ କରୁଣ କାହାଣି ଅ।ସୁଛି ସାମ୍ନାକୁ। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲା ପରେ ଆପଣଙ୍କ ହୃଦୟକୁ ଓଦା କରିଦେବ। ଆପଣ ଭାବିବାକୁ ବାଧ୍ୟ ହେବେ ଏମିତି ବି ଦିନେ ଦେଖିବାକୁ ଥିଲା। ମହାରାଷ୍ଟ୍ର ବିଡରେ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ୨୨ ଜଣଙ୍କ ମୃତଦେହ ଗୋଟିଏ ଆମ୍ବୁଲାନ୍ସରେ ଭର୍ତ୍ତି କରି ସ୍ମଶାନ ନେଇଯାଇଥିବା ମାମଲା ସାମ୍ନାକୁ ଆସିଛି।

ରବିବାର ଦିନ ରାତିରେ ବିଡ ଅମ୍ବାଜୋଗାଇ ସ୍ଥିତ ସ୍ୱାମୀ ରମାନନ୍ଦ ତୀର୍ଥ ଗ୍ରାମୀଣ ରାଜକୀୟ ଚିକିତ୍ସା କଲେଜର ଶବଗୃହରେ ରଖାଯାଇଥିବା ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିଲା। ମେଡିକାଲ କଲେଜ ଡିନ ଡାକ୍ତର ଶିବାଜୀ ଶୁକ୍ରେ ମଙ୍ଗଳବାର ଦିନ କହିଛନ୍ତି ଯେ ହସ୍ପିଟାଲ ପ୍ରଶାସନ ପାଖରେ ପର୍ଯ୍ୟାପ୍ତ ଆମ୍ବୁଲାନ୍ସ ନାହିଁ ଯେଉଁଥିପାଇଁ ଶବଗୁଡିକୁ ଏକାସଙ୍ଗେ ନେବାକୁ ପଡିଥିଲା।

ସେ କହିଛନ୍ତି ଯେ ଗତବର୍ଷ କୋଭିଡ ସମୟରେ ତାଙ୍କ ପାଖରେ ୫ଟି ଆମ୍ବୁଲାନ୍ସ ଥିଲା କିନ୍ତୁ ପରେ ୩ଟି ଆମ୍ବୁଲାନ୍ସ ଫେରାଇ ନିଆଯାଇଥିଲା। ବର୍ତ୍ତମାନ ୨ଟି ଆମ୍ବୁଲାନ୍ସରେ କୋଭିଡ ରୋଗୀଙ୍କୁ ନେବା ଆଣିବା କରାଯାଏ। ଅଧିକାରୀ କହିଛନ୍ତି, କେବେ କେବେ ମୃତକଙ୍କ ସମ୍ବନ୍ଧୀୟଙ୍କୁ ଖୋଜିବାକୁ ସମୟ ଲାଗିଥାଏ। ଏପଟେ ସବାରଗାଁ କୋଭିଡ କେନ୍ଦ୍ରରୁ ମଧ୍ୟ ଶବ ତାଙ୍କ ହସ୍ପିଟାଲକୁ ପଠାଯାଉଛି। କାରଣ ତାଙ୍କ ପାଖରେ କୋଲ୍ଡ ଷ୍ଟୋରେଜ ନାହିଁ। ସେ କହିଛନ୍ତି ଯେ ଆଉ ୩ଟି ଆମ୍ବୁଲାନ୍ସ ଯୋଗାଇବାକୁ ମାର୍ଚ୍ଚ ୧୭ରେ ସେ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲେ।

ଇତି ମଧ୍ୟରେ ବିଜେପି ନଗର ପରିଷଦ ସୁରେଶ ଦାସ ଆରୋପ ଲଗାଇଛନ୍ତି ଯେ ହସ୍ପିଟାଲ ଓ ସ୍ଥାନୀୟ ନଗର ବିକାଶ ପରସ୍ପର ଉପରେ ଆରୋପ ଲଗାଇବାରେ ବ୍ୟସ୍ତ ଅଛନ୍ତି। ଅମ୍ବାଜୋଗାଇ ନଗର ପରିଷଦ ମୁଖ୍ୟ ଅଧିକାରୀ କହିଛନ୍ତି ଯେ ଶବ ମାଣ୍ଡବା ସ୍ଥିତ ସ୍ମଶାନକୁ ନେବା ମେଡିକାଲ କଲେଜର ଦାୟିତ୍ୱ। ସେ କହିଛନ୍ତି ଯେ ତାଙ୍କ ଟିମ ଶବଗୁଡିକୁ ସ୍ମଶାନ ନେଇ ଅନ୍ତିମ ସଂସ୍କାର କରୁଛନ୍ତି। ସୋମବାର ଦିନ ଏ ସମ୍ବନ୍ଧରେ ଏକ ବୈଠକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.