ମଇ ମାସରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେବେ ପଡୁଛି ଆଉ କ’ଣ ରହିବ ପ୍ରଭାବ

ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୨୬ ମଇ ବୁଧବାର ବୈଶାଖୀ ପୂର୍ଣ୍ଣିମାରେ ପଡୁଛି। ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଚନଦ୍ରଗ୍ରହଣ ୨୬ ମଇକୁ ଭାରତୀୟ ସମୟ ଅନୁସାରେ ଦି ୨ଟା ବାଜି ୧୭ ମିନିଟରୁ ଲାଗିବ ଏବଂ ସନ୍ଧ୍ଯା ୭ଟା ବାଜି ୧୯ ମିନିଟ୍ ପର୍ଯ୍ଯନ୍ତ ରହିବ।

ଭାରତୀୟ ସମୟ ଅନୁସାରେ ଚନ୍ଦ୍ରଗ୍ରହଣ ଦିନରେ ଲାଗୁଥିବାରୁ ଏହା ଭାରତରେ ଦେଖାଯିବ ନାହିଁ। ଏହି ଚନ୍ଦ୍ର ଗ୍ରହଣ ସଂପୂର୍ଣ୍ଣ ଭାବେ ଭାରତରେ ଦୃଶ୍ୟମାନ ହେବ ନାହିଁ। ସୁତକ ମାନ୍ଯ ନ ହେବା ଯୋଗୁଁ ମନ୍ଦିର ମଧ୍ୟ ବନ୍ଦ ରହିବ ନାହିଁ କିମ୍ବା କୌଣସି ଶୁଭକାର୍ଯ୍ଯ ପାଇଁ ବାରଣ କରାଯିବ ନାହିଁ।
୨୬ ମଇକୁ ଲାଗୁଥିବା ଏହି ଚନ୍ଦ୍ରଗ୍ରହଣ ଜାପାନ, ସିଙ୍ଗାପୁର, ବାଲାଂଦେଶ, ଦକ୍ଷିଣ କୋରିଆ, ବର୍ମା, ଦକ୍ଷିଣ ଆମେରିକା, ଫିଲିପାଇନ୍ସ, ପ୍ରଶାନ୍ତ ଏବଂ ହିନ୍ଦ ମହାସାଗର, ଅଷ୍ଟ୍ରେଲିଆ, ଉତ୍ତର ୟୁରୋପର କିଛି କ୍ଷେତ୍ରରେ ଦେଖାଯିବ। କିନ୍ତୁ ଭାରତରେ ଏହି ଚନ୍ଦ୍ରଗ୍ରହଣ ଉପଛାୟା ଭଳି ଦେଖାଯିବ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଏହା ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଯାହା ୨୬ ମଇକୁ ବୃଷ ରାଶିରେ ଲାଗିବ। ଏହି କାରଣ ଯୋଗୁଁ ଚନ୍ଦ୍ରଗ୍ରହଣ ସବୁଠାରୁ ଅଧିକ ପ୍ରଭାବୀ ଏହି ରାଶିରେ ହେବ। ବୃଷ ରାଶିରେ ଲୋକ ଏହି ଚନ୍ଦ୍ର୍ରଗ୍ରହଣ ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.