ସହିପାରିଲାନି ମା’ ଗାଳି: ବେକରେ ଓଢଣି ଲଗାଇ ଆତ୍ମହତ୍ୟା କଲା ୧୦ ବର୍ଷ ଝିଅର

ଉଦଳା: ମାଆ ଗାଳି ଦେଲେ ବୋଲି ୧୦ ବର୍ଷ ଝିଅର ଆତ୍ମହତ୍ୟା। ମୟୂରଭଂଜ ଜିଲ୍ଲା ଉଦଳାର ଅଙ୍ଗାରପଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପିଗିବ୍ୟାଙ୍କ ଭାଙ୍ଗି ଟଙ୍କା ବାହାର କରିଥିବାରୁ ଝିଅ ପୁଷ୍ପାଞ୍ଜଳିକୁ ଗାଳି କରିଥିଲେ ମାଆ।

ଏହାପରେ ମାଆ ଅନ୍ୟକାମରେ ବ୍ୟସ୍ତ ଥିବା ସମୟରେ ଝିଅ ଶୋଇବା ଘରେ ବେକରେ ଓଢଣି ଲଗାଇ ଆତ୍ମହତ୍ୟା କରିଥିଲା। ଝିଅକୁ ଉଦ୍ଧାର କରି ଉଦଳା ଡାକ୍ତରଖାନା ନିଆଯାଇଥିଲା। ଝିଅର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.