ପରଦାରେ ବଡ ଧମାକା କରିବେ ରଶ୍ମିକା ମନ୍ଦାନା, ମିଳିଲା ଆଉ ଏକ ବଲିଉଡ ଫିଲ୍ମ ଅଫର

ସାଉଥ ସୁପରଷ୍ଟାର ରଶ୍ମିକା ମନ୍ଦାନା ସର୍ବଦା କୌଣସି ନା କୌଣସି କାରଣ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି। ଟଲିଉଡରେ ୧୦୦ କୋଟିରୁ ଅଧିକ କ୍ଲବରେ ଏଣ୍ଟ୍ରି କରିଥିବା ଏହି ଅଭିନେତ୍ରୀ ଏବେ ବଲିଉଡରେ ଧମାଲ କରିବାକୁ ଯାଉଛନ୍ତି। ସୁନ୍ଦରତା ଏବଂ ଅନ୍ଦାଜ ଯୋଗୁଁ ରଶ୍ମିକାଙ୍କୁ ପୂର୍ବରୁ ଦୁଇଟି ବଲିଉଡ ଫିଲ୍ମ ଅଫର ମିଳିଥିଲା। କିନ୍ତୁ ଏବେ ରଶ୍ମିକାଙ୍କୁ ୩ୟ ବଲିଉଡ ଫିଲ୍ମ ଅଫର ମିଳିଛି।

ରଶ୍ମିକା ଫିଲ୍ମ ‘ମିଶନ ମଞ୍ଜୁ’ ଜରିଆରେ ନିଜର ବଲିଉଡ ଡେବ୍ଯୁ କରିଥିଲେ। ଏବେ ରଶ୍ମିକା କେଉଁ ଫିଲ୍ମରେ ନଜର ଆସିବେ, ତାହା ଜଣାପଡିନାହିଁ କିନ୍ତୁ ଖବର ମୁତାବକ, ତାଙ୍କୁ ୩ୟ ବଲିଉଡ ଫିଲ୍ମ ଅଫର ହୋଇସାରିଛି। ୨୦୧୮ରେ ରଶ୍ମିକା ତେଲୁଗୁ ଫିଲ୍ମ ‘ଚଲୋ’ ଜରିଆରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ଯୁ କରିଥିଲେ। ଗତ କିଛିଦିନ ତଳେ ରଶ୍ମିକା ରାପର ବାଦଶାହଙ୍କ ସହିତ ଏକ ମ୍ଯୁଜିକ ଭିଡିଓରେ ନଜର ଆସିଥିଲେ। ଯାହାକୁ ଦର୍ଶକେ ବେଶ ପସନ୍ଦ କରିଥିଲେ।

Leave A Reply

Your email address will not be published.