ଶୀତଳାଷ୍ଟମୀରେ ମାତା ଶୀତଳାଙ୍କୁ ପୂଜା କରିବା ଦ୍ବାରା ଦୂର ହୋଇଥାଏ ତ୍ବଚା ସମ୍ବନ୍ଧୀୟ ସମସ୍ଯା, ଏମିତି କରନ୍ତୁ ପୂଜା
ଆଜି ଶୀତଳାଷ୍ଟମୀ ବ୍ରତ। ଏହି ବ୍ରତ ମା’ ଶୀତଳାଙ୍କ ପ୍ରତି ସମର୍ପିତ। ଏହି ଦିନ ମା’ ଶୀତଳାଙ୍କ ପୂଜା ବିଧି ବିଧାନ ସହିତ କରିବା ଦ୍ବାରା ଶୁଭଫଳ ମିଳିଥାଏ। ମାନ୍ଯତା ଅନୁଯାୟୀ ଏହି ଦିନ ମା’ ଶୀଳତାଙ୍କ ପୂଜା କଲେ ମାତା ପ୍ରସନ୍ନ ହୋଇଥାନ୍ତି ଏବଂ ସଂକ୍ରାମକ ରୋଗ ଦୂର କରିଥାନ୍ତି। ଏହାଛଡା ଶରୀର ନିରୋଗ ହୋଇଥାଏ। ମା’ ତ୍ବଚା ସମ୍ବନ୍ଧୀୟ ରୋଗରୁ ଭକ୍ତକୁ ରକ୍ଷା କରିଥାନ୍ତି। ମାତା ଶୀତଳାକୁ ଭଲ ମନରେ ପୂଜା ଅର୍ଚ୍ଚନା କରିବା ଦ୍ବାରା ଭକ୍ତଙ୍କର ଅନେକ ପ୍ରକାର ରୋଗ ସହିତ ସନ୍ତାନ ଜନିତ ସମସ୍ଯାରୁ ମୁକ୍ତି ମିଳିଥାଏ।
ଶୀତଳା ମାତାଙ୍କ ସ୍ବରୂପ: ମାତା ଶୀଳତା ଗଧ ଉପରେ ବସି ଗୋଟେ ହାତରେ କଳସ ଏବଂ ଅନ୍ଯ ହାତରେ କୁଶ ଝାଡୁ ଧରିଥାନ୍ତି। କୁହାଯାଏ, ଏହି କଳସରେ ପାଣି ରହିଥାଏ। ଯେଉଁ ପାଣି ସାହାଯ୍ଯରେ ମାତା ଶୀତଳା ନିଜ ଭକ୍ତଙ୍କ କଷ୍ଟ ଦୂର କରିଥାନ୍ତି।
ମାତାଙ୍କ ଭୋଗ: ଶୀତଳାଷ୍ଟମୀକୁ ‘ବସୋଡା’ ମଧ୍ୟ କୁହାଯାଏ। ଏହି ବ୍ରତ ମାତାଙ୍କୁ ସମର୍ପିତ। ଏହି ବ୍ରତରେ ମହିଳାମାନେ ଗୋଟେ ଦିନ ପୂର୍ବରୁ ପୁରୀ ଏବଂ ବିଭିନ୍ନ ପ୍ରକାର ଖାଦ୍ଯ ତିଆରି କରନ୍ତି। ଅଷ୍ଟମୀଦିନ ପୂଜା ସମୟରେ ମାତା ଶୀଳତାଙ୍କୁ ଥଣ୍ଡା ଭୋଜନ ଭୋଗ ଲଗାହୋଇଥାଏ।
ପୂଜା ବିଧି: ଶୀତଳାଷ୍ଟମୀ ଦିନ ସ୍ତ୍ରୀ ଲୋକ ସକାଳୁ ଉଠି ଗାଧୋଇବା ପରେ ପୂଜା ପାଠ କରନ୍ତି। ଏହା ପରେ ବେଦୀରେ ମାତା ଶୀଳତାଙ୍କ ଚିତ୍ର ସ୍ଥାପିତ କରନ୍ତି। ଏହି ବ୍ରତର ସଂକଳ୍ପ ନିଅନ୍ତି। ଏହି ସମୟରେ ବ୍ରତ ରଖୁଥିବା ଲୋକ ଫଳ ଆହାର କରିବା ଉଚିତ। ସେମାନେ କୌଣସି ପ୍ରକାର ଭୋଜନ କରିବା ଉଚିତ ନୁହେଁ। ସନ୍ଧ୍ଯା ପର୍ଯ୍ଯନ୍ତ ବ୍ରତ ରଖିବା ପରେ ମା’ଙ୍କ ପୂଜା କରନ୍ତୁ। ପାଖରେ ଯଦି ଶୀତଳା ମାତାଙ୍କ ମନ୍ଦିର ରହିଥାଏ , ତେବେ ଏକ କଳସ ଜଳ ଅର୍ପଣ କରନ୍ତୁ। ମାତଙ୍କ ଶୀତଳା ପୂଜାରେ ସ୍ବଚ୍ଛତା ଏବଂ ପବିତତ୍ରା ବିଶେଷ ମହତ୍ତ୍ବ ରଖିଥାନ୍ତି। ତେଣୁ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।